fbpx

ନର୍ସିଂ ହୋମରେ ଲାଗିଲା ଭୟଙ୍କର ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ

ବୁଲଗେରିଆ: ସୋମବାର ଦିନ ବୁଲଗେରିଆର ଏକ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଫଳରେ ୯ଜଣଙ୍କ ଜୀବନ ଚାଲିଯାଇଛି । ଏଠାରେ ଚିକିସାôଧୀନ ଥିବା ୯ଜଣ ପ୍ରାପ୍ତ ବୟସ୍କଙ୍କ ମୃତ୍ୟୁ ହୋଇଯାଇଛି । ଦମକଳ ବିଭାଗର ପ୍ରମୁଖ ସୂଚନା ଦେଇ କହିଛନ୍ତି ଯେ, ଏହି ନିଆଁ ରୋୟାକ୍ ଗାଁର ଏକ ପୁରୁଣା ସ୍କୁଲ ଭବନରେ ଲାଗିଯାଇଥିଲା ଯାହାକି କିଛି ଦିନ ପୂର୍ବେ ବୃଦ୍ଧା-ବୃଦ୍ଧଙ୍କ ଯତ୍ନ ନେବା ପାଇଁ ପ୍ରସ୍ତୁତ ନେବା ପାଇଁ କରାଯାଇଥିଲା ।

ସେ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ନିଆଁ ଲାଗିବା ସମୟରେ ସେଠାରେ ୫୮ଜଣ ଉପସ୍ଥିତ ଥିଲେ ଓ ସେମାନଙ୍କ ମଧ୍ୟରୁ ୯ଜଣଙ୍କ ପ୍ରାଣ ଚାଲିଯାଇଛି । ତେବେ ଏହି କେୟାର୍ ହୋମ୍ ରେ ନିଆଁ ଲିଭାଇବାକୁ ୬ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ହେଲେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଜଣାପଡ଼ିନାହିଁ । ସେ ନେଇ ଅଧିକାରୀ ମାନେ କୌଣସି ସୂଚନା ଦେଇନାହାନ୍ତି ।

Get real time updates directly on you device, subscribe now.