fbpx

ଏଣିକି ମୂଷା ଓ ମାଙ୍କଡ଼ଙ୍କ ଠାରୁ ବ୍ୟାପୁଛି ମାରାତ୍ମକ ଭାଇରସ୍, ବିଶେଷଜ୍ଞ ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ: ଗତଦୁଇ ବର୍ଷ ହେଲା କରୋନା ଭାଇରସ୍ ସାରା ଦୁନିଆର ଲୋକଙ୍କ ନିଦ ଉଡ଼ାଇ ଦେଇଛି । ଆଶ୍ୱସ୍ତିକର କଥା ଯେ, ବର୍ତ୍ତମାନ ଧୀରେ ଧୀରେ ଏହାର ପ୍ରକୋପ କମିବାରେ ଲାଗିଛି । ତାପରେ ବି କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏହା ଭିତରେ ବିଶେଷଜ୍ଞ ମାନେ ଭାଇରସ୍ କୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ।

ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚର୍ ମଲିକ୍ୟୁଲାର୍ ବାୟୋଲେଜେିଷ୍ଟ୍ ସିନ୍ କିଙ୍ଗ ଓ କମ୍ପ୍ୟୁଟର୍ ସାଇନଟିଷ୍ଟ ମୋନା ସିଂହ ଅଲଗା ଅଲଗା ମାମାଲ୍ ସ୍ପେସିସ୍ ଙ୍କୁ ନେଇ ଅଧ୍ୟୟନ କରୁଛନ୍ତି । ଏଥିରେ ସେମାନେ ଭିନ୍ନ ଭିନ୍ନ ଜୀବକୁ ନେଇ ଅଧ୍ୟୟନ କରୁଛନ୍ତି । ଏଥିରୁ ଜଣାପଡ଼ିଛି ଯେ, ସାର୍ସ ଭଳି ଭାଇରସ୍ ଖୁବ୍ ସହଜରେ ବ୍ୟାପିପାରେ । ସେମାନେ ଏଥିରୁ ଜାଣିବାକୁ ପାଇଛନ୍ତି ଯେ, ମୂଷାର କିଛି ପ୍ରଜାତି ବାରମ୍ବାର ସାର୍ସ ଭାଇରସ୍ ର ସଂସ୍ପର୍ଶକୁ ଆସୁଛନ୍ତି ।

ପିଏଲଓଏସ୍ କମ୍ପୁଟେସନାଲ୍ ବାୟୋଲୋଜି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ମୂଷା ମାନଙ୍କୁ ବାରମ୍ବାର ସାର୍ସ ଭାଇରସ୍ ଦ୍ୱାରା ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ କହିବା କଥା ଯେ, ବାରମ୍ବାର ଭାଇରସ୍ ଦ୍ୱାରା ସଂକ୍ରମିତ ହେବାଯୋଗୁୁଁ ମୂଷା ମାନଙ୍କ ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବିକଶିତ ହୋଇଛି । ରିସର୍ଚ୍ଚ ଟିମ୍ କହିଛନ୍ତି ଯେ, ସ୍ତନଧାରୀଙ୍କ କୋଷିକାରେ ଏହି ଭାଇରସ୍ ପ୍ରବେଶ କରୁଛି ।

ଅନ୍ୟପଟେ ବ୍ରାଜିଲ୍ ର ରିସର୍ଚ୍ଚର୍ ମାନେ ନିଜର ଏକ ଅଧ୍ୟୟନରେ ଆଶଙ୍କା କରିଛନ୍ତି ଯେ, ଆମାଜନ୍ ଜଙ୍ଗଲରେ ଥିବା ଏକ ବ୍ୟାକ୍ଟେରିୟା ଠାରୁ ଭାଇରସ୍ ବ୍ୟାପିପାରେ । ଏହା ମୂଷା ଓ ମାଙ୍କଡଙ୍କୁ ସଂକ୍ରମିତ କରିପାରେ ଓ ଏମାନଙ୍କ ଜରିଆରେ ମଣିଷଙ୍କ ଠାରେ ଭାଇରସ୍ ବ୍ୟାପିବାରେ ବୋଲି କୁହାଯାଇଛି । ସେ କହିଛନ୍ତି ଯେ ନିକଟରେ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀ ମାର୍ସେଲୋ ଗୋର୍ଡୋ ଏବଂ ତାଙ୍କ ଟିମ୍ କୁଲରରେ ତିନୋଟି ପାଇଡ୍ ଟେମୋରିନ୍ ମାଙ୍କଡ଼ର ମୃତଦେହ ପାଇଛନ୍ତି।

ସେ କହିଛନ୍ତି ଯେ ବହୁ ପୂର୍ବରୁ କେହି ଏହି କୁଲରର ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଇଥିଲେ, ଯେଉଁଥିପାଇଁ ମାଙ୍କଡମାନଙ୍କ ଶରୀର ଏହା ଭିତରେ ସଢିଯାଇଥିଲା । ମାର୍ସେଲୋ ଏବଂ ତାଙ୍କ ଟିମ୍ ମାଙ୍କଡ ମାନଙ୍କଠାରୁ ନମୁନା ନେଇଥିଲେ । ମାଙ୍କଡ ନମୁନାରୁ ପାରାସିଟିକ୍ ଉର୍ମସ୍, ବ୍ୟାକ୍ଟେରିଆ, ଭାଇରସ୍ ଏବଂ ଅନ୍ୟାନ୍ୟ ସଂକ୍ରାମକ ଏଜେଣ୍ଟ ଠାବ ହୋଇଥିଲା । ତେଣୁ ବିଶେଷଜ୍ଞ ମାନେ କହିଛନ୍ତି ଯେ, ମାଙ୍କଡ଼ ଓ ମୂଷାଙ୍କ ଠାରୁ ମଣିଷଙ୍କୁ ଦୁରେଇ ରହିବାକୁ ହେବା । ଯାହାଦ୍ୱାରା ଅନେକ ପ୍ରକାର ଭାଇରସ୍ ଠାରୁ ମଣିଷ ମାନେ ବର୍ତ୍ତି ପାରିବେ ।

Get real time updates directly on you device, subscribe now.