fbpx

ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର, ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(ଓଡ଼ିଶା ଭାସ୍କର): ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କ ପାଇଁ ଆସିଛି ଖୁସି ଖବର । ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂରେ ୪ଟି ବିଭାଗରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟରମାନଙ୍କୁ ନିୟମିତ କରାଯିବ । ସେମାନେ ହେଉଛନ୍ତି- ଲୋକାଲ ଫଣ୍ଡ ଅଡିଟ୍, ସବରେଜିଷ୍ଟ୍ରିରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ।

୩ ମାସ ମଧ୍ୟରେ ନିୟମିତ ସହ ସମସ୍ତ ସୁବିଧା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ମାପଦଣ୍ଡରେ ନିୟମିତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୪ ବିଭାଗରେ କାର୍ଯ୍ୟରତ ୧୫ ଶହରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ ।

Get real time updates directly on you device, subscribe now.