fbpx

ସ୍ମାର୍ଟଫୋନ୍ କମ୍ପାନୀ ଓପ୍ପୋ ଭାରତରେ ଲଞ୍ଚ କରିବ ଇଲେକ୍ଟ୍ରିକ୍ କାର୍, ଜାଣନ୍ତୁ କେବେ ଆସିବ ପ୍ରଥମ ଇଭି

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଗୁଡ଼ିକ ଏବେ ଖୁବ୍ ଶୀଘ୍ର ଇଲେକ୍ଟ୍ରିକ୍ ଗାଡ଼ି ସହିତ ଅଟୋମୋଟିଭ୍ ସ୍ପେସ୍ ରେ ଏଣ୍ଟ୍ରି କରିବାକୁ ଯୋଜନା କରୁଛନ୍ତି । ସ୍ମାର୍ଟଫୋନ୍ କମ୍ପାନି ଏବେ ଏକ ପ୍ରକାର ପାରମ୍ପରିକ ଗାଡ଼ି ନିର୍ମାଣକାରୀ କମ୍ପାନୀକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି କହିଳେ ଚଳେ । ଏହି କ୍ରମରେ ମୋବାଇଲ୍ ଫୋନ୍ ତିଆରି କରୁଥିବା କମ୍ପାନୀ ଓପ୍ପୋ ଖୁବ୍ ଶୀଘ୍ର ନିଜର ଇଲେକ୍ଟ୍ରିକ୍ ଗାଡ଼ି ଲଞ୍ଚ କରିବାକୁ ଯାଉଛି । ଏହି କମ୍ପାନୀ ଭାରତରେ ନିଜ ଇଭି ଆଣିବା ଉପରେ କାମ କରୁଛି । ଯାହା ୨୦୨୪ ରେ ଲଞ୍ଚ କରାଯିବ ।

ମିଳିଥିବା ସୂଚନା ଅନୁସାରେ, ବିବିକେ ଇଲେକ୍ଟ୍ରୋନିକ୍ସର ମାଲିକାନାରେ ଥିବା ସ୍ମାର୍ଟଫୋନ୍ ବ୍ରାଣ୍ଡ ଯେପରି ଓପ୍ପୋ, ରିୟଲ୍ ମି ଓ ୱାନପ୍ଲସ୍ ବର୍ତ୍ତମାନ ଭାରତରେ ଇଲେକ୍ଟ୍ରକ୍ ଗାଡ଼ି ବିକଶିତ କରିବା ଓ ଆଣିବା ପାଇଁ ଯୋଜନା କରୁଛି । ୨୦୧୪ ଆରମ୍ଭରେ ଓପ୍ପୋ ନିଜର ପ୍ରଥମ ଇଭି ଲଞ୍ଚ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ବ୍ରାଣ୍ଡ ଗୁଡ଼ିକ ଇଭି(ଇଲେକ୍ଟ୍ରିକ୍ ଭେଇକଲ୍) ତିଆରି କରାଉଥିବା ନେଇ କୌଣସି ସୂଚନା ଦେଇନାହାନ୍ତି ।

ବର୍ତ୍ତମାନ ଅନେକ ଗୁଡ଼ିଏ କମ୍ପାନୀ ନିଜର ଇଲେକ୍ଟ୍ରିକ୍ ଗାଡ଼ି ଲଞ୍ଚ କରିବା ଯୋଜନାରେ ରହିଛନ୍ତି । ଯେପରିକି ଆପଲ୍ , ଗୁଗୁଲ୍ ହୁୱାଇ ଓ ସାଓମି । ଏମାନେ ବିଭିନ୍ନ ସ୍ତର ପର୍ଯ୍ୟନ୍ତ ଆଗେଇଛନ୍ତି । ଏହା ବ୍ୟତୀତ ଏକେ-୪୭ ରାଇଫଲ୍ ତିଆରି କରୁଥିବା ସଂସ୍ଥା କଲାଶ୍ନିକୋଭ୍ ମଧ୍ୟ ଇଭି ପ୍ରସ୍ତୁତ କରିବା ଉପରେ କାମ କରୁଛି । ଗୋଟେ ପଟେ ଟେସଲା ବୈଷୟିକ ରୂପରେ ଇଭି ବଜାରରେ ନିଜ ଦବଦବା ବନାଇଛି ଅନ୍ୟପଟେ ଅଲଗା କମ୍ପାନି ଗୁଡ଼ିକ ଚେଷ୍ଟା ଜାରି ରଖିଛନ୍ତି । ଚୀନ ହେଉଛି ଦୁନିଆର ସବୁଠାରୁ ବଡ଼ ଇଭି ବଜାର । ତେବେ ଆଗାମି ଦିନରେ ଭାରତରେ ଏହାର ଚାହିଦା ବୃଦ୍ଧି ପାଇବ ବୋଲି କୁହାଯାଇଛି ।

Get real time updates directly on you device, subscribe now.