fbpx
BSKY SKY
BSKY SKY

XIMBରେ ୪୫ ପଜିଟିଭ ଚିହ୍ନଟ, ସକାଳେ ସିଲ୍ କରିଥିଲା ବିଏମସି

BSKY

ଭୁବନେଶ୍ୱର, ୨୨ା୩ (ଓଡିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (XIMB)ରେ ୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । XIMBରୁ ୪୫ ସଂକ୍ରମିତ ଚିହ୍ନଟ ଘଟଣାରେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ ହେଉଛି । ସକାଳ ସୁଦ୍ଧା ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ XIMBକୁ ସିଲ୍ କରିଦିଆଯାଇଛି ।

ତେବେ XIMB ପରିସରରେ ଥିବା ଅନ୍ୟ ଅନୁଷ୍ଠାନକୁ ମଧ୍ୟ ସିଲ୍ କରାଯିବା ସହ କୋଭିଡ୍ ଟେଷ୍ଟ ଜାରି ରହିଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ପ୍ରୟାସ କରାଯାଉଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏଁ ଅନୁଷ୍ଠାନ ପରିସରରେ ଶିକ୍ଷକ ଓ ଛାତ୍ରଛାତ୍ରୀ ରହିବେ । ପଜିଟିଭ୍ ଆକ୍ରାନ୍ତ ବ୍ୟକ୍ତି ଅନୁଷ୍ଠାନର ହଷ୍ଟେଲରେ ପୃଥକବାସରେ ରହିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଅନ୍ୟପଟରେ କରୋନା ସ୍ଥିତିକୁ ନେଇ ଆସନ୍ତାକାଲି ସମୀକ୍ଷା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.