fbpx
BJD SKY
BJD SKY

ଓଡିଶାକୁ ପୁଣି ଫେରିବ କି ଲକଡାଉନ୍! ରାଜ୍ୟରେ ଆଜି ୪୬୧ ପଜିଟିଭ ଚିହ୍ନଟ , ଜାଣନ୍ତୁ କେଉଁଠୁ କେତେ

BJD

ଭୁବନେଶ୍ୱର,୨।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପଜିଟିଭଙ୍କ ସଂଖ୍ୟା ୪୦୦ ଟପିଛି । ଆଜି ପୁଣି ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ ଲାଗୁଛି ଓଡିଶାକୁ ପୁଣି ଫେରିପାରେ ଲକଡାଉନ ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୧୨ ରହିଥିବା ବେଳେ ୨୫୮୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.