fbpx

ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବା ପାଇଁ ୪୮ ଘଣ୍ଟା, ଜାଣନ୍ତୁ ନିର୍ବାଚନ ପୂର୍ବରୁ କାହିଁକି ହୋଇଥାଏ Silence Period ?

ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ପ୍ରସ୍ତୁତ ଅଛନ୍ତି ସମସ୍ତ ରାଜନୈତିକ ଦଳ ଏବଂ ସାଧାରଣ ଜନତା । ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ଟି ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ଥମି ଯାଇଛି ପ୍ରଚାର କାର୍ଯ୍ୟ । ଏହି ୪୮ ଘଣ୍ଟା ସମୟ ଅବଧୀକୁ Pre-election silence period ବୋଲି କୁହାଯାଏ । ଏଥିମଧ୍ୟରେ ଭୋଟରମାନଙ୍କୁ ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବା ବିଷୟରେ ଭାବିବା ପାଇଁ ପର୍ଯାପ୍ତ ସମୟ ମିଳିଥାଏ ।

ଲୋକ ପ୍ରତିନିଧି ଅଧିନିୟମ(Representation of the People Act) ୧୯୫୧ର ଧାରା ୧୨୬, ୧୨୬ଏ ଏବଂ ୧୩୫ସି silence period  ଅନ୍ତର୍ଗତ ନିର୍ବାଚନୀ ସମ୍ବନ୍ଧୀୟ ସମସ୍ତ ଗତିବିଧିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହିି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି । ମିଡିଆ ସାର୍ଟିଫିକେସନ୍ ଏବଂ ସୁପର୍ଭିଜନ୍ କମିଟି ମାଧ୍ୟମରେ ନିୟମର ଅନୁପାଳନ କରିବା ଉପରେ ନଜର ରଖାଯାଏ । cVIGIL ମୋବାଇଲ ଆପ୍ ମାଧ୍ୟମରେ ଦେଶବାସୀ ନିୟମ ଉଲ୍ଲଂଘନ ବିଷୟରେ ରିପୋର୍ଟ ମଧ୍ୟ କରିପାରିବେ । ତେବେ ଏହି silence period ମଧ୍ୟରେ ନିମ୍ନଲିଖିତ କାର୍ଯ୍ୟକଳାପ ନିଷେଧ ରହିଛି ।

୧. ମଦ ବିକ୍ରି: ମତଦାନ ଅଞ୍ଚଳରେ ମଦ ବିକ୍ରୟ କିମ୍ବା ବିତରଣ ଉପରେ କଡ଼ା ନିଷେଧାଦେଶ ରହିଛି । ଏଭଳି କାର୍ଯ୍ୟକଳାପରେ ଜଡ଼ିତ ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଏବଂ/କିମ୍ବା ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ ।

୨. ସାର୍ବଜନିକ ସଭା: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସାର୍ବଜନିକ ରାଲି କିମ୍ବା ମାନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସମାବେଶ ଉପରେ ନିଷେଧାଦେଶ ରହିଛି । ଏହି ନିୟମ ଉଲ୍ଲଂଘନକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ/ କିମ୍ବା ଜରିମାନା ଦେବାକୁ ପଡ଼ିପାରେ ।

୩. ମିଡିଆ: ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କୁ ସାମ୍ବାଦିକ ସମ୍ମିଳନୀ କିମ୍ବା ସାକ୍ଷାତକାର ମାଧ୍ୟମରେ ମିଡିଆକୁ ସମ୍ବୋଧିତ କରିବା ଉପରେ ରୋକ୍ ରହିଛି । ଏହା ନିର୍ବାଚନୀ ସମ୍ବନ୍ଧୀୟ ଚର୍ଚ୍ଚା ଉପରେ ପ୍ରତିବନ୍ଧକ ଲଗାଇଥାଏ । ଏହି ନିୟମ ଉଲ୍ଲଂଘନକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ/ କିମ୍ବା ଜରିମାନା ଦେବାକୁ ପଡ଼ିପାରେ ।

୪. ବିଜ୍ଞାପନ: ବିଜ୍ଞାପନ ସମ୍ବାଦ ବିଷୟବସ୍ତୁ ଠାରୁ ଭିନ୍ନ ଅଟେ । ଗୁଗୁଲ ଭଳି ସୋସିଆଲ ମିଡିଆ କମ୍ପାନୀର କୁପ୍ରଭାବକୁ ରୋକିବା ପାଇଁ ରାଜନୈତିକ ବିଜ୍ଞାପନର ଯାଞ୍ଚ କରିବା ଆବଶ୍ୟକ ହୋଇଥାଏ । ଆଚରଣ ବିଧିର ଅନୁପାଳନ ଏବଂ ନିର୍ବାଚନୀ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ କୁଅଭ୍ୟାସ ଉପରେ ରୋକ୍ ଲଗାଯାଇଥାଏ ।

୫. ପ୍ରେସ୍ ଦାୟିତ୍ୱ: ମିଡିଆ ଗୋଷ୍ଠୀକୁ କୌଣସି ପ୍ରକାର ଶତ୍ରୁତାପୂର୍ଣ୍ଣ କିମ୍ବା ପକ୍ଷପାତିତ କାହାଣୀକୁ ପ୍ରୋତ୍ସାହିତ ନକରିବାକୁ କୁହାଯାଏ । paid newsର ବିସ୍ତାରକୁ ବନ୍ଦ କରିବା ପାଇଁ ମିଡିଆ ସାର୍ଟିଫିକେସନ୍ ଏବଂ ତଦାରଖ କମଟି ଯାଞ୍ଚ କରିଥାଏ ।

୬. ଲାଉଡସ୍ପିକର: ନିର୍ବାଚନ ଆୟୋଗ ଅନୁଯାୟୀ silence periodର ୪୮ ଘଣ୍ଟା ଶେଷ ହେବା ପରେ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ । ଏଥିପାଇଁ ଜିଲ୍ଲା ପ୍ରଶାସନର ଅନୁମୋଦନ ଲୋଡ଼ା ଥାଏ ।

Get real time updates directly on you device, subscribe now.