fbpx

ଭୁବନେଶ୍ୱରରୁ ଆଜି ୪୮୫ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୪୮୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୦୪ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୮୩ ହଜାର ୧୭୦ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୭ ହଜାର ୨୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୫,୫୩୪ ଜଣ ଚିକିତ୍ସିତ ହେଉଥିବା ବେଳେ ୩୭୩ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.