fbpx

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪

ଭୁବନେଶ୍ୱର, ୧୭ା୫(ଓଡ଼ିଶା ଭାସ୍କର): କରୋନାରେ ରାଜ୍ୟରେ ଆଜି ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ସରାକର ଏହି ମୃତ୍ୟୁ ରିପୋର୍ଟକୁ ସଂଶୋଧିିତ କରିଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ନୁହେଁ ବରଂ ୪ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତ୍ୟୁ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ନମୁନା ରିପୋର୍ଟ ନେଗଟିଭ ଆସିଛି । ତାଙ୍କର କରୋନାରେ ମୃତ୍ୟୁ ହୋଇନାହିଁ । ରାଜ୍ୟରେ ଏବେ ୮୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୬ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ ୬୨୮ଜଣ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.