fbpx
BJD SKY
BJD SKY

୪ଘଣ୍ଟାରେ ଚନ୍ଦ୍ରର ୫୦ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ପ୍ରଥମେଶ, ସୋସିଆଲ ମିଡିଆରେ ଭାଇରାଲ୍‌ ଜହ୍ନର ୩ଡି ଚିତ୍ର

BJD

ପୁନେ: ନାସା ଏବଂ ଇସ୍ରୋ  ପରି ସ୍ପେସ୍‌ ଏଜେନ୍ସି ଗୁଡ଼ିକ ଚନ୍ଦ୍ର ଅନେକ ଫଟୋ ଶେୟାର କରନ୍ତି । କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଫଟୋ ଦେଖିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ପୁନେ ନିବାସୀ ପ୍ରଥମେଶ ଜାଜୁ ଚନ୍ଦ୍ରର ଫଟୋ ଅତି ନିକଟରୁ ଉଠାଇଥିବା ଭଳି ଦେଖାଯାଉଛି ।

ପ୍ରଥମେଶଙ୍କ ଦ୍ୱାରା ନିଆଯାଇଥିବା ଫଟୋ ୩ଡି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଚନ୍ଦ୍ର ଏହି ଫଟୋ ଗୁଡ଼ିକୁ ଉଠାଇବା ପାଇଁ ପ୍ରଥମେଶ କଠିନ ପରିଶ୍ରମ କରିଛନ୍ତି । ଚନ୍ଦ୍ରର ଅତି ସ୍ପଷ୍ଟ ଏବଂ ରଙ୍ଗୀନ ଫଟୋ କ୍ଲିକ୍‌ କରିଥିବା ପ୍ରଥମେଶ ୫୦ ହଜାରରୁ ଅଧିକ ଫଟୋ ଉଠାଇ ୧୮୬ ଗିଗାବାଇଟ୍‌ ଡାଟା ବ୍ୟବହାର କରିଛନ୍ତି ।

 

 

View this post on Instagram

 

A post shared by Prathamesh Jaju (@prathameshjaju)

ପ୍ରଥମେଶ କହିଛନ୍ତି ଯେ, ସେ ଏହି ‘ଫଟୋ ଗୁଡ଼ିକୁ ମେ ୩ରେ ରାତି ୧ଟା ସମୟରେ କ୍ଲିକ୍‌ କରିଛନ୍ତି । ସେ ୪ ଘଣ୍ଟା ଧରି ଭିଡିଓ ଏବଂ ଫଟୋ କଏଦ କରିଥିଲେ ।ଏହି ସମୟରେ, ସେ ୫୦ ହଜାରରୁ ଅଧିକ ଫଟୋ ନେଇଥିଲେ । ସମସ୍ତ ଫଟୋକୁ ଏକତ୍ର କରି ଚନ୍ଦ୍ର ସୂକ୍ଷ୍ମ ବିବରଣୀ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ପ୍ରଥମେଶ । ଭବିଷ୍ୟତରେ ସେ ଜଣେ ଜ୍ୟୋର୍ତିବିଜ୍ଞାନୀ ହେବାକୁ ଚାହୁଁଥିବା ସେ କହିଛନ୍ତି ।

Get real time updates directly on you device, subscribe now.