fbpx

ଆପଣ ନିମ୍ନୋକ୍ତ ଭୁଲ୍ ଅଭ୍ୟାସ ଆପଣାଉଛନ୍ତି କି? ଶୀଘ୍ର ବଦଳାଇ ଦିଅନ୍ତୁ ଅନ୍ୟଥା ହୋଇପଡିବେ ନିଦ୍ରାହୀନ ଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଶିକାର

Advertisement

ନୂଆଦିଲ୍ଲୀ:ଶରୀରକୁ ସୁସ୍ଥ ରଖିବା ଲାଗି ପର୍ଯ୍ୟାପ୍ତ ମାତ୍ରାରେ ନିଦ୍ରା ଯିବା ନିହାତି ଆବଶ୍ୟକ । ଯେତେ ଭଲ ନିଦ ହେବ ଆପଣଙ୍କ ମୁଡ୍ ବି ସେତେ ଭଲ ରହିବ । ନିଦ ଆମ ଶରୀର ଓ ମନର ଉପଚାର ସହିତ ଡିଟକ୍ସିଫିକେସନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ନିଦ ସଂପୂର୍ଣ୍ଣ ନ ହେଲେ ଆପଣ ବିଭିନ୍ନ ଅନିଦ୍ରା ରୋଗର ଶିକାର ହୋଇପାରନ୍ତି । ଏଇ ଯେପରି ମୁଣ୍ଡ ବିନ୍ଧିବା, କ୍ଲାନ୍ତି ଲାଗିବା, କାମରେ ମନ ନ ଲାଗିବା ଇତ୍ୟାଦି ଲକ୍ଷଣ ପରିପ୍ରକାଶ ପାଇଥାଏ । ତେବେ ନିଦ ନ ହେବାର ପ୍ରମୁଖ କାରଣ ଆମର ଅସ୍ୱାସ୍ଥ୍ର୍ୟକର ଜୀବନଶୈଳୀ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ୫ ଟି ଅଭ୍ୟାସ ନିଦରେ ସମସ୍ୟା ସୃଷ୍ଟି କରିଥାଏ ।
କ୍ୟାଫିନ ନେବା କମ୍ କରନ୍ତୁ:
ବିଶେଷଜ୍ଞଙ୍କ ମତ ଅଧିକ କ୍ୟାଫିନ ସେବନ କରିବା ଦ୍ୱାରା ନିଦରେ ବାଧା ସୃଷ୍ଟି ହୋଇଥାଏ । କଫିରେ ଅଧିକ ମାତ୍ରାରେ କ୍ୟାଫିନ୍ ଥାଏ । ଏଣୁ ଏହା ଅଧିକ ସେବନ କରିବା ଅନୁଚିତ । ଯଦିଓ କଫି ମୁଡ୍ ଠିକ୍ କରିଥାଏ କିନ୍ତୁ ଏହା ସୀମିତ ମାତ୍ରାରେ ନେବା ଜରୁରୀ । ଯଦି ବି କଫି ପିଉଛନ୍ତି ତେବେ ସୀମିତ ମାତ୍ରାରେ ଏହା ପିଅନ୍ତୁ ଓ ଦ୍ୱିପ୍ରହର ପରେ କଫି ଆଦୌ ପିଅନ୍ତୁ ନାହିଁ ।
ସୂର୍ଯ୍ୟାସ୍ତ ପରେ କଠିନ ବ୍ୟାୟାମ :
ବ୍ୟାୟାମ ଶାରୀରରିକ ଓ ମାନସିକ ସ୍ୱାସ୍ଥ୍ୟ ଉଭୟ ଲାଗି ଜରୁରୀ । ଏହା ସକାଳ ସମୟରେ କରିବା ଦ୍ୱାରା ବେଶୀ ଲାଭ ମିଳିଥାଏ । ସନ୍ଧ୍ୟା ସମୟରେ ଯଦି ବି ଏକ୍ସରସାଇଜ୍ କରୁଛନ୍ତି ହାଲକା ବ୍ୟାୟାମ କରନ୍ତୁ । କାରଣ ଏହି ସମୟ ଆମ ଲାଗି ବିଶ୍ରାମ ନେବାର ସମୟ ହୋଇଥାଏ । ଏପରି ସ୍ଥିତିରେ ଯଦି ଆପଣ କଠିନ ବ୍ୟାୟାମ କରିବେ ଅନିଦ୍ରାର ଶିକାର ହୋଇପାରନ୍ତି ।
ରାତିରେ ବିଳମ୍ବରେ ଖାଦ୍ୟ ଖାଇବା:
ସର୍ବଦା ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ ହୋଇଥାଏ । ତିନି ସମୟ ଖାଦ୍ୟ ଗ୍ରହଣ ଲାଗି ସମୟ ନିର୍ଦ୍ଧରିତ ହୋଇଛି । ଯେଉଁପରି ଭାବରେ ଆପଣ ସକାଳେ ବ୍ରେକଫାଷ୍ଟ ଓ ମଧ୍ୟାହ୍ନରେ ଲଞ୍ଚ କରୁଛନ୍ତି ସେହିପରି ଡିନର ବି ଠିକ୍ ସମୟରେ କରନ୍ତୁ । ରାତିରେ ହାଲକା ଭୋଜନ ଗ୍ରହଣ କରନ୍ତୁ । ସୂର୍ଯ୍ୟାସ୍ତର ୧ କିମ୍ବା ୨ ଘଣ୍ଟା ପରେ ଖାଦ୍ୟ ଗ୍ରହଣ କରନ୍ତୁ । ରାତି ୯ ଟାପରେ କୌଣସି ପ୍ରକାର ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ।
ରାତିରେ ମୋବାଇଲ୍ ଦେଖିବା:  ଆଜିକାଲି ବହୁ ଲୋକ ଶୋଇବା ପୂର୍ବରୁ ଅଧିକ ସମୟ ଫୋନ୍ ରେ ବିତାଉଛନ୍ତି । କିନ୍ତୁ ଏପରି କରିବା କ୍ଷତିକାରକ । କାରଣ ଏହାଦ୍ୱାରା ନିଦ ପ୍ରଭାବିତ ହୋଇଥାଏ । ଏହାର ପ୍ରଭାବ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ତେଣୁ ଶୋଇବାର ଏକ ଘଣ୍ଟା ପୂର୍ବରୁ ଆଦୌ ମୋବାଇଲ୍ ଦେଖନ୍ତୁ ନାହିଁ ।
ସକାଳେ ଖରାରେ ନ ଚାଲିବା:
ସକାଳର ଖରା ଆମକୁ ଭିଟାମିନ୍ ଡି’ ଦେଇଥାଏ ଯାହା ମାନସିକ ସ୍ୱାସ୍ଥ୍ୟ ଭଲ ରଖିଥାଏ । ଏହା ସହିତ ଗାଢ ନିଦ ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.