fbpx

ୟୁକ୍ରେନ ପରିସ୍ଥିତି ଜଟିଳ: ଡୋନେସ୍କରେ ୫ ବିସ୍ଫୋରଣ, ପୁଟିନଙ୍କ ମିଲିଟାରୀ ଅପରେସନ୍ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ମଧ୍ୟରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଯୁଦ୍ଧ ସ୍ଥିତି ଆରମ୍ଭ ହୋଇଯାଇଛି କହିଲେ ଚଳେ । ଗୁରୁବାର ସକାଳେ ଡୋନେସ୍କରେ ୫ଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଯାହାପରେ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି । ଖାଲି ସେତିକି ନୁହେଁ ୟୁକ୍ରେନ ଉପରେ ମିଲିଟାରୀ ଅପରେସନ୍ ନିର୍ଦ୍ଦେଶ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।

ବିସ୍ଫୋରଣ ହୋଇଥିବା ଅଞ୍ଚଳ ହେଉଛି ସେହି ଅଞ୍ଚଳ ଯାହାକୁ ଋଷ ନୂଆ ଦେଶ ରୂପେ ମାନ୍ୟତା ଦେଇଥିଲା । ଯାହାଫଳରେ ବିବାଦ ବଢ଼ିଯାଇଥିଲା । ତେବେ ଏହି ୫ ବିସ୍ଫୋରଣ ପରେ ମିଳିତ ଜାତିସଂଘରେ ଜରୁରୀକାଳୀନ ବୈଠକ ବସିଛି ।

ସୂଚନାଯୋଗ୍ୟ, ୟୁକ୍ରେନ ସୀମାରେ ସ୍ଥିତି ବିଗିଡ଼ୁଥିବା କାରଣରୁ ଏୟାରଲାଇନ୍ସ ଉକ୍ତ ଅଞ୍ଚଳକୁ ଡୁ ନଟ୍ ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିଛନ୍ତି । ଏପରି ଘୋଷଣା କରିବା ତାଲିକାରେ ୟୁରୋପୀୟନ୍ କ୍ୟାରିୟର୍ସ ମଧ୍ୟ ସାମିଲ ରହିଛି । କମର୍ଶଲ୍ ଏଭିଏସନ୍ ସଫା ସଫା କହିଛନ୍ତି ଯେ, ୟୁକ୍ରେନ-ଋଷ ସୀମା ହେଉଛି ପ୍ରତିବନ୍ଧିତ ସ୍ପେସ୍ । ୟୁକ୍ରେନ୍ ର ଅଧିକାଂଶ ଏୟାରପୋର୍ଟ ରେ ଏବେ ଫ୍ଲାଇଟ୍ ସବୁକୁ ସସପେଣ୍ଡ୍ କରିଦିଆଯାଇଛି ।

Get real time updates directly on you device, subscribe now.