fbpx
BJD SKY
BJD SKY

ମତଦାନ ଆରମ୍ଭରୁ ଭଦ୍ରକରେ ଉତ୍ତେଜନା: ବାଲଟ ପେପର ନେଇଗଲେ ଦୁର୍ବୃତ୍ତ

BJD

ଭଦ୍ରକ(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ମତଦାନ ଆରମ୍ଭରୁ ଭଦ୍ରକ ଜିଲ୍ଲା ଧାମନଗରରେ ଉତ୍ତେଜନା ଦେଖିବାକୁ ମିଳିଛି । ଫଳରେ କଟସାହିର ୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ବାଲଟ ପେପର ନେଇଯାଇଛନ୍ତି ଦୁର୍ବୃତ୍ତ । ବୁଥ ଭିତରେ ମହିଳା ଭୋଟରଙ୍କୁ ମାଡ଼ ମାରି ଫେରାର ମାରିଥିବା ଅଭିଯୋଗ ହୋଇଛି । ଉତ୍ତେଜନା ପରେ ଘଟଣାସ୍ଥଳରୁ ୨ ଜଣଙ୍କୁ ଉଠାଇନେଇଛି ପୋଲିସ । ଉତ୍ତେଜନା ବଢ଼ିବାରୁ ମତଦାନ ବନ୍ଦ ରହିଛି ।

ତେବେ ରାଜ୍ୟର ଆଜି ୨୫ଟି ଜିଲ୍ଲା ଓ ୪୮ଟି ବ୍ଲକରେ ମତଦାନ ଆରମ୍ଭ ହୋଇଛି । ଏହା ସହ ୧୩୧ ଜିଲ୍ଲା ପରିଷଦ ଜୋନ୍, ୯୭୫ ପଞ୍ଚାୟତ ପାଇଁ ଚାଲିଛି ମତଦାନ । ଆଜି ୧୩ ହଜାର ୫୧୪ ବୁଥରେ ପ୍ରାୟ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ମତଦାନ ସାବ୍ୟସ୍ତ କରିବେ । ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.