fbpx

ଆସନ୍ତା ପାଞ୍ଚ ଦିନ ଦୋକାନ ବଜାର ବନ୍ଦ ପାଇଁ ବଣିକ ସଂଘର ନିଷ୍ପତି

AAKASH

ହିଞ୍ଜିଳିକାଟୁ (ଭାସ୍କର ନ୍ୟୁଜ୍‌): ଦେଶରେ ତଥା ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ୫ଦିନ ପାଇଁ ଦୋକାନ ବଜାର ବନ୍ଦ ରଖିବା ପାଇଁ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ନିଷ୍ପତ୍ତି ଗ୍ରହଣ କରିଛି । ସୋମବାର ଏ ସମ୍ବନ୍ଧରେ ବଣିକ ସଂଘ କର୍ମକର୍ତ୍ତା ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କୁ ଭେଟି ଆଲୋଚନା କରିବା ସହ ବଜାର ବନ୍ଦ ପାଇଁ ପ୍ରସ୍ତାବ ଦେଇଛନ୍ତି ।

ପ୍ରକାଶ ଥାଉକି ବଣିକ ସଂଘ ୫ଦିନ ବଜାର ବନ୍ଦ ପାଇଁ ଘୋଷଣା କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ପୂର୍ବଭଳି ଶନିବାର ଏବଂ ରବିବାର ମଧ୍ୟ ସଟଡାଉନ ଯୋଗୁଁ ବଜାର ବନ୍ଦ ରହିବ । ତେଣୁ ଦେଖିବାକୁ ଗଲେ ଆସନ୍ତା ସପ୍ତାହ ହିଞ୍ଜିଳିକାଟୁ ବଜାର ବନ୍ଦ ରହିବ । ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀର କିଣା ବିକା ପାଇଁ ସକାଳୁ ଅପରାହ୍ନ ୧ ଯାଏଁ କୋହଳ କରାଯାଇଛି । ରାସନ, ପରିବା, କ୍ଷୀର ଦୋକାନ ଅପରାହ୍ନ ୧ ଯାଏଁ ଖୋଲା ଯାଇ ପାରିବି ବୋଲି ଧାର୍ଯ୍ୟ କରାଯାଇଛି । ସେହିପରି ମେଡ଼ିସିନ ଦୋକାନ ପୂର୍ବଭଳି ସାରାଦିନ ଖୋଲା ରହିବ ।

Get real time updates directly on you device, subscribe now.