fbpx
BJD
BJD SKY
BJD SKY

୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ କଲେ ଜିଲ୍ଲାପାଳ

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରି ଲଘୁ ଖଣିଜ ବିବାଦ ମାମଲାରେ ବାତିଲ ହୋଇଛି ଖଣି ଲିଜ୍ ଟେଣ୍ଡର । ସମସ୍ତ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ କରିଛନ୍ତି ଜିଲ୍ଲାପାଳ । ସରକାରଙ୍କ ନିର୍ଦ୍ଦେଶକ୍ରମେ ଟେଣ୍ଡର ବାତିଲ କରିଛନ୍ତି ବର୍ତ୍ତମାନର ଜିଲ୍ଲାପାଳ । ଏହି ମାମଲାକୁ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ମାମଲାର ତଦନ୍ତ କରିଥିଲେ ।

ତେବେ ପୂର୍ବରୁ ଟେଣ୍ଡର ବାତିଲ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ ଆରଡିସି । ଖୁବଶୀଘ୍ର ସାନି ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲା ସିଂ ।

Get real time updates directly on you device, subscribe now.