ପାଳଛତୁ ଖାଇ ୫ ଆକ୍ରାନ୍ତ

ନବରଙ୍ଗପୁର: ପାଳଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ। ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ରାଇଘର ବ୍ଲକ ମାରଙ୍ଗପାଲି ଗାଁରେ।

ଏହି ଗାଁର ଗୋଟିଏ ପରିବାରର ୫ ଜଣ ପାଳଛତୁ ଖାଇ ହଠାତ ଝାଡ଼ାବାନ୍ତିର ଶିକାର ହୋଇଥିଲେ। ଦେହ ଏତେ ମାତ୍ରାରେ ଖରାପ ହୋଇଗଲା ଯେ, ସେମାନଙ୍କୁ ରାଇଘର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବାକୁ ପଡିଲା।

ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଥିବାବେଳେ ଏସବୁ କାହିଁକି ହେଲା ଏଯାଏଁ ସ୍ପଷ୍ଟ ହୋଇନାହିଁ।