fbpx
BSKY
BJD SHG SKY
BJD YOUTH SKY

ରାଜ୍ୟରେ ୫ ଜୀବନ ନେଲା କରୋନା, ୩୪୩ ଆକ୍ରାନ୍ତ

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୫ ଜଣ କରୋନାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ତେବେ ଏହାଦ୍ୱାରା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ମୟୁରଭଞ୍ଜ ଓ ସୁନ୍ଦରଗଡ଼, ବଲାଙ୍ଗିର, ଖୋର୍ଦ୍ଧା, କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ମୋଟ ୩ ଲକ୍ଷ ୧୭ ହଜାର ୪୧୨ ଜଣ ସୁସ୍ଥ ହୋଇଥିବା ବେଳେ ୩ ହଜାର ୩୮୩ ଜଣ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ପଜିଟିଭ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୨କୁ ବୃଦ୍ଧି ପାଇଛି । ତେବେ ସଙ୍ଗରୋଧରୁ ୧୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧୪୬ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସୁନ୍ଦରଗଡ଼ରୁ ୪୧, ଖୋର୍ଦ୍ଧା ଓ ଅନୁଗୁଳରୁ ୩୨ ଲେଖାଏଁ, କଟକରୁ ୨୧, ବରଗଡ଼ରୁ ୧୮, ବାଲେଶ୍ୱରରୁ ୧୭, ପୁରୀରୁ ୨୨, ମୟୁରଭଞ୍ଜରୁ ୨୦, ଭଦ୍ରକରୁ ୧୯, ସମ୍ବଲପୁରରୁ ୧୫, କେନ୍ଦୁଝରରୁ ୧୪, ଜଗତସିଂହପୁରରୁ ୧୩, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ାରୁ ୮ ଲେଖାଏଁ, ଝାରସୁଗୁଡ଼ାରୁ ୮, ମାଲକାନଗିରିରୁ ୫, ଢେଙ୍କାନାଳରୁ ୩ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.