fbpx

ଗରିବଙ୍କୁ ୩ ମାସ ପର୍ଯ୍ୟନ୍ତ ମିଳିବ ୫ କିଲୋ ମାଗଣା ରାସନ: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୪ ।୪: ଗରିବ ଲୋକଙ୍କୁ ୩ ମାସ ପର୍ଯ୍ୟନ୍ତ ୫ କିଲୋଗ୍ରାମ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ରାସନ ଯୋଗାଣ ଉପରେ ରଖାଯାଉଛି । ଶ୍ରମିକମାନଙ୍କ ସମସ୍ୟା ଦୂର କରିବାକୁ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଓ ଆଇସିଏମଆର ନିୟମିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ, ଗତକାଲି ଆମେ କହିଥିଲୁ ଯେ ଆମର କିଟ୍ ଅଛି ଯାହା ୬ ସପ୍ତାହ ପର୍ଯ୍ୟନ୍ତ ରହିପାରେ। RT-PCR କିଟ୍ ପାଇଁ ଆମକୁ ଆଉ ଏକ କିସ୍ତି ମିଳିଛି ଯାହା ସଂଖ୍ୟାରେ ଯଥେଷ୍ଟ | ଏହା ସହିତ, ଆମେ RT-PCR ପାଇଁ ପାଖାପାଖି ୩୩ ଲକ୍ଷ କିଟ୍ ଅର୍ଡର କରୁଛୁ ଏବଂ ୩୭ ଲକ୍ଷ ଦ୍ରୁତ କିଟ୍ ଯେକୌଣସି ସମୟରେ ପହଞ୍ଚିବ ବୋଲି ଆଶା କରାଯାଉଛି | ଏପର୍ଯ୍ୟନ୍ତ ୨ଲକ୍ଷ ୩୧ହଜାର ୯୦୨ ପରୀକ୍ଷା କରାଯାଇଛି। ଆଇସିଏମଆରରେ ୧୬୬ଟି ଓ ଘରୋଇ ୭୦ଟି ଲ୍ୟାବରେ ଟେଷ୍ଟ ଚାଲିଛି । କରୋନାରୁ ଆଜିଯାଏଁ ୧୦୩୬ ସୁସ୍ଥ ହୋଇଛନ୍ତି । କରୋନାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୩୯ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୬୩ଜଣ ରହିଛି । କରୋନାରେ ୨୪ଘଣ୍ଟାରେ ୩୧ଜଣଙ୍କ ମୃତ୍ୟୁ ହୋଇଛି । ୨୪ଘଣ୍ଟାରେ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.