କଟକ,୧ ।୧୨(ଓଡିଶା ଭାସ୍କର): ପୁରୀରେ ହୋଇଥିବା ହାଜତ ମୃତ୍ୟୁକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି ବୋଲି କୋର୍ଟରେ ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ବିଚାର ବିଭାଗୀୟ ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ଆଗକୁ ଏନଏଚଆରସି ଯାହା ନିର୍ଦ୍ଦେଶ ଦେବ, ତାହା ମାନିବୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ହାଜତ ମୃତ୍ୟୁ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ ।