fbpx

କୋରେଇ ଟ୍ରେନ ଦୁର୍ଘଟଣାରେ ରେଲୱେ ବିଭାଗର ବଡ ସୂଚନା, ମୃତକଙ୍କୁ ମିଳିବ ୫ ଲକ୍ଷ..

ଯାଜପୁର :ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଏକ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । ତେବେ କୌଣସି କାରଣରୁ ଏକ ମାଲବାହୀ ଟ୍ରେନ ଲାଇନ୍ ଚ୍ୟୁତ ହୋଇଯାବା କାରଣରୁ କୋରେଇ ଷ୍ଟେସନରେ ଯାତ୍ରୀବାହୀ ବିଶ୍ରାମଗାର ଆଡକୁ ମାଡିଯାଇଥିଲା । ଆହତ ମାନଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ମାଲବାହୀ ଟ୍ରେନ ଲାଇନଚ୍ୟୁତ ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ, ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷେ ରେଲୱେ ବିଭାଗ ମୃତକଙ୍କ ପାଇଁ ୫ଲକ୍ଷ ଏବଂ ଆହତଙ୍କ ପାଇଁ ୧ଲକ୍ଷ ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ଏହାବାଦ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ମନ୍ତ୍ରୀ ପ୍ରମିଳା ମଲ୍ଲିକୁ ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦିଅଯାଇଛି ।

ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚଛନ୍ତି । ଏଥିସହିତ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ଉଦ୍ଧାର କାର୍ଯ୍ୟ କୁ ତ୍ୱରିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରେଲୱେ ବିଭାଗ ତରଫରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । କୋରେଇ ଷ୍ଟେସନ ପାଇଁ ପୂର୍ବତଳ ରେଳବାଇ ୮୪୫୫୮୮୯୯୦୫ ନମ୍ବର ଜାରି କରିଛି । ସେହି ଭଳି ଭୁବନେଶ୍ୱର ପାଇଁ ୦୬୭୪-୨୫୩୪୦୨୦ ନମ୍ବର ଜାରି କରାଯାଇଛି । ଖୋର୍ଦ୍ଧା ରୋଡ ପାଇଁ ୦୬୭୪-୨୪୯୨୨୪୫ ନମ୍ବର ଜାରି କରାଯାଇଛି ।

Get real time updates directly on you device, subscribe now.