fbpx

ଏହି ମିଠା ଜିନିଷ ଖାଇଲେ କମିଯିବ ଓଜନ, ଜାଣନ୍ତୁ କେମିତି ହେବ ଏହି ଚତ୍ମକାର

ସାଧାରଣତଃ ମିଠା ଜିନିଷକୁ ଖାଇଲେ ଓଜନ ବଢିଯିବା କଥା ଆପଣ ଶୁଣିଥିବେ । ମିଠା ଖାଇବା ଦ୍ୱାରା ମୋଟା ମଧ୍ୟ ହୋଇଯାଆନ୍ତି ଲୋକେ । ଶରୀରରେ ଯଦି ଚିନି ଭାଗ ଅଧିକ ହୋଇଯାଏ ତେବେ ଏହା ପେଟ ଏବଂ ଅଣ୍ଟାର ଚର୍ବିକୁ ବଢାଇ ଦେଇଥାଏ । କିନ୍ତୁ ଏମିତି କିଛି ନାହିଁ ଯେ, ଶରୀରକୁ ସୁଗାରର ଆବଶ୍ୟକତା ପଡେନାହିଁ । କହିବାକୁ ଗଲେ ମିଠା ଆମକୁ ଶକ୍ତି ପ୍ରଦାନ ସହ ଦୁର୍ବଳତାରୁ ମଧ୍ୟ ରକ୍ଷା କରିଥାଏ । ହେଲେ ଆମେ ଧଳାଚିନି ଅପେକ୍ଷା ଏପରି ଚିନି ଖାଇବା ଦରକାର ଯେଉଁଥିରେ ନେଚୁରାଲ ସୁଗାର ରହିଥିବ । ଏହାକୁ ଖାଇଲେ ହିଁ ଆମେ ଓଜନ ହ୍ରାସ କରିପାରିବା । ତେବେ ଜାଣନ୍ତୁ କେଉଁ ମିଠା ଜିନିଷ ଖାଇଲେ ଆପଣ ନିଜର ଓଜନ ହ୍ରାସ କରିପାରିବେ ।

-ଓଜନହ୍ରାସ କରିବା ପାଇଁ ଆପଣ ମହୁ ଖାଇପାରିବେ । ଏହାକୁ ଆପଣଙ୍କ ଡାଏଟ ପ୍ଲାନରେ ନିହାତି ସାମିଲ କରନ୍ତୁ । କାରଣ ଏହା କେବଳ ଓଜନ ହ୍ରାସ କରିନଥାଏ, ଏହା ଆମ ତ୍ୱାଚାକୁ ସୁନ୍ଦର କରିବାରେ ମଧ୍ୟ ସହାୟକ ହୋଇଥାଏ ।

– ମହୁରେ ପୋଷକ ତତ୍ୱର କୌଣସି କମି ରହିନଥାଏ । ଏଥିରେ ଭିଟାମିନ ବି-୬, ଭିଟାମିନ-ସି, ଏମିନୋ ଏସିଡ, କାର୍ବୋହାଇଡ୍ରେଟ, ରାଇବୋ ଫ୍ଲେବିନ ଏବଂ ନିଆସିର ମାତ୍ରା ବହୁ ପରିପାଣରେ ରହିଥାଏ । ଏହାସହ ଏଥିରେ କ୍ୟାଲୋରୀ ଓ ସୁଗାର ବହୁତ କମ ରହିଥାଏ । ଖାଲି ଏହାର ସ୍ୱାଦ ମିଠା ହୋଇଥାଏ । ହେଲେ ଏହା ଓଜନ ହ୍ରାସ କରିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

– ନେସନାଲ ସେଣ୍ଟର ଫର ବାୟୋଟେକନଲୋଜି ସୂଚନା ଅନୁସାରେ, ଅମେ ଯଦି ମହୁକୁ ନିୟମିତ ଭାବେ ସେବନ କରିବା ତେବେ ଏହା ଆମକୁ ଏନର୍ଜି ଦେବା ସହ ଫ୍ୟାଟ ବର୍ନର ହୋଇ ଧିରେଧିରେ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଏହାସହ ଶରୀରରେ ମେଟାବାଲିଜିମକୁ ମଧ୍ୟ ବୁଷ୍ଟ କରିଥାଏ ଯାହା ଶରୀରରୁ ଚର୍ବିକୁ କଟାଇଥାଏ ।

– ଯଦି ଆପଣ ଖୁବ ଶିଘ୍ର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠି ଗୋଟେ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ମହୁ ମିଶାଇ ପିଇବେ ତେବେ ଏହା ଓଜନ ହ୍ରାସ କରିବାରେ ବହୁ ସାହାଯ୍ୟ କରିବ । ପେଟ କମେଇବାକୁ ଯଦି ଚାହୁଁଛନ୍ତି ତେବେ ଏହାକୁ ଗ୍ରୀନ ଟି ରେ ମିଶାଇ ପିଅନ୍ତୁ । ଗୋଟେ ମାସ ମଧ୍ୟରେ ପଚାସ ପ୍ରତିଶତ ପେଟ କମିଯିବ ।

Get real time updates directly on you device, subscribe now.