fbpx

କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ସିସୋଦିଆଙ୍କ ପର୍ଯ୍ୟନ୍ତ.., ଜେଲ୍‌ରେ ବନ୍ଦ ଆପ୍ ନେତା ଭୋଟ ଦେଇପାରିବେ କି ନା? କ’ଣ ରହିଛି ଆଇନ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଜାରି ରହିଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ବହୁ ବିରୋଧୀ ଦଳ ନେତା ଜେଲ୍‌ରେ ବନ୍ଦ ଅଛନ୍ତି । ତେବେ ଏମାନଙ୍କ ସମର୍ଥକଙ୍କ ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ଉଠିଛି କି ଏମାନେ ଜେଲ୍‌ରୁ ମତଦାନ କରିପାରିବେ କି? ତେବେ ଏହାର ଉତ୍ତର ଖୋଜିବା ପୂର୍ବରୁ ଚାଲନ୍ତୁ ଜାଣିବା କେଉଁ କେଉଁ ନେତା ଏବେ ଜେଲ୍‌ରେ ଅଛନ୍ତି ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କ୍ୟାବିନେଟ୍ ମନ୍ତ୍ରୀ ସତୈନ୍ଦ୍ର ଜେନ୍‌ଙ୍କ ସହିତ ବହୁ ନେତା ଓ ସେମାନଙ୍କ ସହଯୋଗୀ ଜେଲ୍‌ରେ ଅଛନ୍ତି । ଅନ୍ୟପଟେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଏବେ ଜେଲ୍‌ରେ ଅଛନ୍ତି । ଏବେ ପ୍ରଶ୍ନ ଉଠୁଛି ଏହି ସମସ୍ତ ନେତା ମତଦାନ କରିପାରିବେ କି? ସାଧାରଣ କଏଦୀଙ୍କ ଲାଗି ମତଦାନ କରିବାର ନିୟମ ଯାହା ଏହି ସମସ୍ତ ନେତାଙ୍କ ଲାଗି ମଧ୍ୟ ସେହି ଏକା ନିୟମ ରହିଛି । ତେବେ ଭାରତରେ ଜେଲ୍‌ରେ ବନ୍ଦ କୌଣସି ବି ନାଗରିକଙ୍କର ଭୋଟ ଦେବାର ଅଧିକାର ନାହିଁ । ଏଥିପାଇଁ ବିଧିବଦ୍ଧ ଭାବରେ ଆଇନ ବି ରହିଛି ।

ପ୍ରତିନିଧିତ୍ୱ ଆଇନ ୧୯୫୧ ଧାରା ୬୨(୫)ଅନୁଯାୟୀ ନ୍ୟାୟିକ ହେପାଜତ କିମ୍ବା ଜେଲ୍‌ରେ କୌଣସି ବି ବ୍ୟକ୍ତି ମତଦାନ କରିବା ଲାଗି ଯୋଗ୍ୟ ନୁହଁନ୍ତି । କିନ୍ତୁ ଏଥିରେ ପୋଲିସ ଥାନାରେ ରଖାଯାଇଥିବା ଲୋକେ ସାମିଲ ନୁହଁନ୍ତି । ଏମାନଙ୍କୁ ଭୋଟ ଦେବାକୁ ଅନୁମତି ମିଳିଥାଏ ।

Get real time updates directly on you device, subscribe now.