fbpx

NVS ପକ୍ଷରୁ ପୁଣି ନିଯୁକ୍ତି: ୫୦୦ ପଦ ଖାଲି, ପିଜିଟି ଓ ଟିଜିଟି ପଦ ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ତରଫରୁ ନିକଟରେ କିଛି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ଖବର । ୫୦୦ ପିଜିଟି ଓ ଟିଜିଟି ପଦ ପୂରଣ ନେଇ ପୁଣି ପ୍ରକାଶ ପାଇଛି ବିଜ୍ଞପ୍ତି । ଏପ୍ରିଲ ୧୬ରୁ ଅନଲାଇନ୍ ଆରମ୍ଭ ହୋଇସାରିଥିବା ବେଳେ ତାହା ଏପ୍ରିଲ ୨୬ରେ ସମାପ୍ତ ହେବ । ମେ ୧୬ ପରେ ଫିଜିକାଲ ମୋଡ଼ର ସାକ୍ଷାତକାର କରାଯିବାର ସମ୍ଭାବନା ରହିଛି ।

ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖ ସୁଦ୍ଧା ସମସ୍ତ ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୫୦ ବର୍ଷ ରହିଥିବା ଆବଶ୍ୟକ । ଏକ୍ସ-ଏନଭିଏସ ଶିକ୍ଷକଙ୍କ ପାଇଁ ବୟସସୀମା ୬୫ ବର୍ଷ ରହିଛି । ଟିଜିଟି ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟର ଡିଗ୍ରୀ / ବି.ଏଡ / ସିଟିଇଟି ପାସ୍ କରିଥିବା ଆବଶ୍ୟକ । ସେହିପରି ପିଜିଟି ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ବି.ଏଡ / ପିଜି କରିଥିବା ଆବଶ୍ୟକ । ଟିଜିଟି ପାଇଁ ୨୮୩ଟି ଓ ପିଜିଟି ପାଇଁ ୨୧୭ଟି ପଦ ଖାଲି ରହିଛି । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ମଧ୍ୟପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ ଆଦି ରାଜ୍ୟରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏନଭିଏସ ଭୋପାଳ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ଲିଙ୍କ: https://img.freejobalert.com/uploads/2024/04/Notification-NVS-Teacher-Posts.pdf

ଟିଜିଟି ଆବେଦନ ଲିଙ୍କ: https://docs.google.com/forms/u/0/d/e/1FAIpQLSd1Cmi7Ow7Yk-646gRa_C8PJr2E9gtBJ49rD7O6gCnSH_ZNwQ/viewform?pli=1

ପିଜିଟି ଆବେଦନ ଲିଙ୍କ: https://docs.google.com/forms/d/e/1FAIpQLScxahH_qSpk8ZBNAseEDpQsjiuzI1nxsz__SdtO_xqT05cvGQ/viewform

Get real time updates directly on you device, subscribe now.