fbpx

(ଭିଡିଓ)ନିଜ ସୁନ୍ଦର ରୂପକୁ ନେଇ ମାଆଙ୍କୁ ରାହୁଲ ପଚାରିଲେ କିଛି ଏପରି , ସୋନିଆଙ୍କ ଉତ୍ତର ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଅନେକ ଘଟଣା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥିବା ବେଳେ ରାହୁଲ ମଧ୍ୟ ଏହି ଯାତ୍ରା ଭିତରେ ତାଙ୍କର ଅତୀତର ଅନେକ ସ୍ମୃତିର ପେଡି ଖୋଲିଛନ୍ତି । ଯାତ୍ରା ସମୟରେ ରାହୁଲ ମା ସୋନିଆଙ୍କ ଜୋତା ଫିତା ବାନ୍ଧୁ ଥିବାର ନଜର ଆସିଥିଲେ । ତେବେ ଏହା ସହିତ ରାହୁଲ ତାଙ୍କର ଏକ ସ୍ମୃତି ମଧ୍ୟ ବାଣ୍ଟିଛନ୍ତି । ସେ ଛୋଟ ବେଳେ ତାଙ୍କ ମାଆଙ୍କୁ ପଚାରିଥିଲେ ମାଆ ମୁଁ ଦେଖିବାକୁ ସୁନ୍ଦର? ଆଉ ପ୍ରତି ଉତ୍ତରରେ ସୋନିଆ ଯାହା କହିଥିଲେ ଆପଣ ମଧ୍ୟ ହସି ଉଠିବେ ।

ରାହୁଲଙ୍କୁ ଉତ୍ତର ଦେବାକୁ ଯାଇ ସୋନିଆ କହିଥିଲେ ଯେ ତୁମେ ଦେଖିବାକୁ ଠିକ ଠାକ । ବାସ୍ତବରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ଏକ ୟୁଟ୍ୟୁବରଙ୍କୁ ଦେଇଥିବା ବାର୍ତ୍ତାରେ ପ୍ରକାଶ କରିଥିଲେ ଯେ, ଛୋଟ ବେଳେ ମୁଁ ମୋ ମାଆଙ୍କୁ ଯେବେ ପଚାରିଲି ଯେ ମାଆ ମୁଁ ଦେଖିବାକୁ ସୁନ୍ଦର କି? ମା ଉତ୍ତର ଦେଲେ ଯେ ତୁମେ ଠିକ ଠାକ ଦେଖା ଯାଅ ।

ଏହା ସହିତ ରାହୁଲ ଏହା ମଧ୍ୟ କହିଛନ୍ତି ସେ ସବୁ ବେଳେ ସତ କହିବାକୁ ଭଲ ପାଆନ୍ତି । ଆଉ ଏହା ସହ ସେ ଆପଣଙ୍କୁ ମଧ୍ୟ ସତ୍ୟର ଆଇନା ଦେଖାଇବାକୁ ପସନ୍ଦ କରନ୍ତି । ଆଉ କେବଳ ସେ ନୁହେଁ ତାଙ୍କ ପିତା ଆଉ ପୂରା ପରିବାର ମଧ୍ୟ ଏହା କରନ୍ତି ।

ରାହୁଲ ସେହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଖନ୍ତୁ ଭିଡିଓ:

ରାହୁଲ ତାଙ୍କ ଜୀବନି ଆଉ ଲାଇଫଷ୍ଟାଇଲ ବିଷୟରେ କହିଛନ୍ତି ଯେ ସେ ନିଜ ପାଇଁ ଜୋତା କିଣନ୍ତି ଏହା ସହିତ ସେ କହିଛନ୍ତି କିଛି ନେତା ମାନେ ମଧ୍ୟ ମତେ ଜୋତା ଉପହାରରେ ଦିଅନ୍ତି । ବିଜେପି ନେତା କାହିଁକି ଆପଣଙ୍କୁ ଜୋତା ପଠାନ୍ତି ପ୍ରଶ୍ନ ପଚରା ଯିବାରୁ ରାହୁଲ କହିଛନ୍ତି ଯେ ସେମାନେ ଜୋତା ମୋ ଉପରେ ଫିଙ୍ଗିବା ପାଇଁ ପଠାନ୍ତି ।

Get real time updates directly on you device, subscribe now.