fbpx

Lakhpati Didi Scheme; ମହିଳାଙ୍କୁ ମିଳିବ ୫ ଲକ୍ଷ ଟଙ୍କା: ଲକ୍ଷପତି ହେବାର ସୁଯୋଗ ଦେଉଛନ୍ତି ସରକାର

ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଯୋଜନା ଅନୁସାରେ ମହିଳାଙ୍କ ପାଇଁ ଏକ ବଡ଼ ସୁଯୋଗ ପ୍ରଦାନ କରାଯାଉଛି । ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ଏବଂ ଆର୍ଥିକ ସ୍ୱାଧୀନତା ସ୍ଥାପନ କରିବା ପାଇଁ ଏହି ଯୋଜନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିନା ସୁଧରେ ମହିଳାଙ୍କୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି କେନ୍ଦ୍ର ସରକାର । ଗତବର୍ଷ ଏହି ଯୋଜନା ଅଧୀନରେ ୨ କୋଟି ମହିଳାଙ୍କୁ ସୁବିଧା ମିଳିଥିବା ବେଳେ ଚଳିତବର୍ଷ ଏହି ଯୋଜନାରେ ୩ କୋଟି ମହିଳାଙ୍କୁ ସାମିଲ କରାଇବାକୁ ଲକ୍ଷ୍ୟ ରଖାଯାଇଛି ।

କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଯୋଜନାରେ ବିନା ସୁଧରେ ମହିଳାମାନଙ୍କୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଉଛି । କିନ୍ତୁ ଦେଶରେ ସମସ୍ତ ମହିଳା ଏହାର ଫାଇଦା ଉଠାଇ ପାରିବେ ନାହିଁ । ଏଥିପଇଁ ସରକାରଙ୍କ ପକ୍ଷରୁ ଏକ ସର୍ତ୍ତ ରଖାଯାଇଛି । କେବଳ ମହିଳାମାନଙ୍କ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ହିଁ କେବଳ ଏହି ଯୋଜନାର ଫାଇଦା ଉଠାଇପାରିବେ । ଗତବର୍ଷ ଏହି ଯୋଜନାରେ ୨ କୋଟି ମହିଳା ଟାର୍ଗେଟରେ ରହିଥିବା ବେଳେ ଚଳିତବର୍ଷ ଏଥିରେ ବୃଦ୍ଧି କରାଯାଇ ୩ କୋଟି କରାଯାଇଛି । ଏହି ଯୋଜନାରେ ମହିଳା କିମ୍ବା ତାଙ୍କ ପରିବାରର ମୋଟ ଆୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିବାକୁ ପ୍ରୟାସ କରାଯାଉଛି, ତେଣୁ ଏହାକୁ ଲକ୍ଷପତି ଦିଦି ଯୋଜନା ବୋଲି କୁହାଯାଉଛି ।

ଲକ୍ଷପତି ଦିଦି ଯୋଜନା ଅଧୀନରେ ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ଅତି କମରେ ଚାରିଟି କୃଷି ଋତୁ କିମ୍ବା ବ୍ୟବସାୟ ଚକ୍ର ପାଇଁ ହିସାବ କରାଯାଏ । ତେବେ ଯେଉଁମାନଙ୍କର ହାରାହାରି ମାସିକ ଆୟ ଦଶ ହଜାର ଟଙ୍କାରୁ ଅଧିକ, ସେମାନଙ୍କ ଆୟର ସ୍ଥିରତା ହେତୁ ଏହି ଗଣନା କରାଯାଇଛି । ଏହି ଯୋଜନା ସରକାରଙ୍କ ଗ୍ରାମୀଣ ମନ୍ତ୍ରଣାଳୟ ଦ୍ୱାରା କାର୍ୟ୍ୟକାରୀ ହୋଇଛି। ବ୍ୟବସାୟିକ ତାଲିମ ପ୍ରଦାନ, ବଜାରକୁ ସାମଗ୍ରୀ ବିତରଣ, ଆବଶ୍ୟକ କୌଶଳ ଏବଂ ତାଲିମ ପ୍ରଦାନ ଏହି ଯୋଜନା ଅଧୀନରେ ସମ୍ଭବ । ଏହି ବିଷୟରେ ଅଧିକ ସୂଚନା ପାଇଁ ଆପଣ ଏହି ଠିକଣାରେ ଲଗ୍ଇନ୍ କରିପାରିବେ ।

Get real time updates directly on you device, subscribe now.