ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ରେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ଆଉ ୫ ଜଣଙ୍କୁ ଗିରଫ କରିଛି ।
୪ ବାଉନ୍ସରଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ଗିରଫ ସୂଚନା ।
ବାଉନ୍ସର ଅଜୟ ସ୍ୱାଇଁ, ସରୋଜ ରାଉତରାୟଙ୍କ ସମେତ ବାଉନ୍ସର ଚନ୍ଦନ ସ୍ୱାଇଁ ଓ ସୁଧାଂଶୁ ଶେଖର ବେହେରାଙ୍କୁ ଗିରଫ କରାଯାଇଛି ।
ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ରମାକାନ୍ତ ସେଠୀ ମଧ୍ୟ ଗିରଫ ହୋଇଛନ୍ତି । ଭାଇରାଲ ଭିଡିଓ ଆଧାରରେ ଗିରଫ କଲା ଇନଫୋସିଟି ପୋଲିସ ।
ଗିରଫ ହୋଇଥିବା ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । କିଟ୍ ମାମଲାରେ ଗିରଫ ସଂଖ୍ୟା ଏବେ ୧୦କୁ ବୃଦ୍ଧି ପାଇଲା ।