fbpx

ସୁପ୍ରିମ କୋର୍ଟରେ ନିଯୁକ୍ତ ହେଲେ ୫ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ୫ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଏହି ୫ ଜଣଙ୍କୁ ବିଚାରପତି ଭାବରେ ନିଯୁକ୍ତି ଦେଇଛନ୍ତି । ଏହି ୫ ଜଣଙ୍କ ମଧ୍ୟରୁ ୩ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବା ବେଳେ ଅନ୍ୟ ୨ ଜଣ ୨ଟି ହାଇକୋର୍ଟର ବିଚାର ପତି ଭାବରେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନ, ପାଟନା ଓ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି କରାଯାଇଛି । ତେବେ ପାଟନା ହୋଇକୋର୍ଟର ଜଷ୍ଟିସ୍ ଅସାନୁଦ୍ଦିନ୍ ଆମାନୁଲ୍ଲା, ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ମନୋଜ ମିଶ୍ରା ଙ୍କୁ ପଦୋନ୍ନତି କରାଯାଇଛି । ତେବେ ଏହି ନୂଆ ବିଚାରପତି ନିଯୁକ୍ତି ନେଇ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍ କରିଛନ୍ତି ।

Get real time updates directly on you device, subscribe now.