fbpx

(VIDEO) ଟିମ୍ ଇଣ୍ଡିଆର ଏହି ୨ ଖେଳାଳୀ ଚନ୍ଦନ ଲଗାଇବାକୁ କରିଲେ ମନା; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଅଭିଜ୍ଞ ଓପନର୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଫେବୃଆରୀ ୯ ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଏଥିପାଇଁ ଖେଳାଳିମାନେ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।ବାର୍ଡର ଗାଭାସ୍କର ଟ୍ରଫି ସିରିଜ୍ ଆରମ୍ଭ ହେବା ପୂର୍ବରୁ ହିଁ ବିବାଦରେ ଛନ୍ଦି ହୋଇପଡିଛି ଟିମ୍ ଇଣ୍ଡିଆ । କାରଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଭାରତୀୟ ଟିମର ୨ ଜଣ ମେମ୍ବର ଚନ୍ଦନ ଲଗାଇବାକୁ ବାରଣ କରିଛନ୍ତି । ଏଥିସହିତ ସେ ଚନ୍ଦ ମଧ୍ୟ ଲଗାଇ ନାହାଁନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏଥିସହିତ ଏହି ଭିଡିଓ ଉପରେ ଅନେକ ୟୁଜର୍ସମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ୯ ରେ ବାର୍ଡର ଗାଭାସ୍କର ଟ୍ରିଫି ସିରଜ ହେବାକୁ ଯାଉଛି । ଯେଉଁଥିପାଇଁ ଖେଳାଳିମାନେ ନାଗପୁରର ଟିମ୍ ହୋଟେଲରେ ପହଞ୍ଚନ୍ତି । ତେବେ ସେଠାରେ ରିସିପସନ୍ ତାଙ୍କୁ ସ୍ୱାଗତ କରିବା ସମୟରେ ଚନ୍ଦନ ଲଗାଇଥିଲେ । ଯାହାକୁ ଦଳର ୨ ଖେଳାଲୀ ବାରଣ କରିଥିଲେ ଏବଂ ଚନ୍ଦନ ଲଗାଇ ନଥିଲେ । ଯାହାକି ବର୍ତ୍ତମାନ ତାଙ୍କୁ ବିବାଦ ଘେଟକୁ ଟାଣି ଆଣିଛି । ତେବେ ଏହି ୨ ଖେଳାଳୀ ହେଉଛନ୍ତି ମହମ୍ମଦ ସିରାଜ ଏବଂ ଉମରନ୍ ମଲିକ୍ । ତେବେ ଏହି ୨ ଖେଳାଳୀ ଚନ୍ଦନ ଲଗାଇ ନଥିଲେ । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ହଙ୍ଗାମା ଦେଖାଦେଇଛି । ତେବେ ୟୁଜର୍ସମାନେ ଉଭୟଙ୍କୁ ଜିଦିଆ ଏବଂ ଗର୍ବି ବୋଲି କହି ଅନେକ ଟ୍ରୋଲ କରୁଛନ୍ତି । ଅନ୍ୟପକ୍ଷେ ଆଉ କିଛି ୟୁଜର୍ସ ଏହି ଖେଳାଳୀଙ୍କୁ ସମର୍ଥନ ମଧ୍ୟ କରୁଥିବା ଜଣାପଡିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଯେତେବେଳେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ସିରାଜ, ଉମରନ୍ ଏବଂ ସପୋର୍ଟ ଷ୍ଟାଫ୍ ସଦସ୍ୟମାନେ ପ୍ରବେଶ କରନ୍ତି, ସେତେବେଳେ ଜଣେ ମହିଳା କର୍ମଚାରୀ ସେମାନଙ୍କ କପାଳରେ ଚନ୍ଦନ ଲଗାଇ ସେମାନଙ୍କୁ ସ୍ୱାଗତ କରିବାକୁ ଠିଆ ହୋଇଥିଲେ। ଏଭଳି ପରିସ୍ଥିତିରେ ଦ୍ରାବିଡ଼ ଏବଂ ଅନ୍ୟ କେତେକ ଲୋକ ଚନ୍ଦନ ଲଗାଇଥିବା ବେଳେ ସିରାଜ, ଉମ୍ରାନ ଏବଂ ରାଥୋଡଙ୍କ ସମେତ କେତେକ ମନା କରି ଦେଇଛନ୍ତି। କିଛି ସଦସ୍ୟ ସେମାନଙ୍କର ଚଷମା ବାହାର କରି ଚନ୍ଦ ଲଗାଇବା ପରେ ।ଗକୁ ବଢିଥିବା ଦେଖିବାକୁ ମିଳିଛି ।

ତେବେ ଏହି ଖେଳାଳୀମାନେ କାହିଁକି ଚନ୍ଦ ଲଗାଇଲେ ନାହିଁ ବୋଲି ବର୍ତ୍ତମାନ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପର ପକ୍ଷେ ଏହି ଘଟଣାକୁ ଏକ ଧାର୍ମିକ ରଙ୍ଗ ଦେବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ଭିଡିଓ ପୋଷ୍ଟ କରିବାବେଳେ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହି ଦୁଇ କ୍ରିକେଟର ନିଜ ଧର୍ମ ପ୍ରତି ଦୃଢ ଅଟନ୍ତି। ଯଦିଓ ଅନେକ ଲୋକ ତାଙ୍କୁ ସମର୍ଥନ କରିଥିଲେ, ବାସ୍ତବରେ, ଚନ୍ଦନ ନ ଲଗାଇବାର କାରଣ ଅନ୍ୟ କିଛି ମଧ୍ୟ ହୋଇପାରେ । କିନ୍ତୁ ବିଶେଷ କରି ସୋସିଆଲ ମିଡିଆରେ ସିରାଜ ଏବଂ ଉମରନଙ୍କୁ ଟାର୍ଗେଟ କରାଯାଉଛି ।

 

Get real time updates directly on you device, subscribe now.