fbpx

୫ ପଇସାରେ ମିଳିବ ଅନଲିମିଟେଡ୍ ବିରିୟାନୀ, ମାଲିକଙ୍କୁ ଭାରୀ ପଡ଼ିଲା ନିଜ ଅଫର୍

ନୂଆଦିଲ୍ଲୀ: ନିଜର ବ୍ୟବସାୟର ପ୍ରୋମୋଶନ୍ ପାଇଁ ଅନେକ ଥର ଲୋକମାନେ ଅଜବ ଗଜବ ଅଫର୍ ରଖନ୍ତି । ଆଉ କିଛି ଲୋକ ତ ବ୍ୟବସାୟ ବଢ଼ାଇବାକୁ ଯାଇ ପ୍ରତିଯୋଗିତା ମଧ୍ୟ ଆୟୋଜନ କରୁଛନ୍ତି । ଯଦ୍ୱାରା ତାଙ୍କ ଦୋକାନର ଲୋକପ୍ରିୟତା ବଢ଼ିବ । ଅନ୍ୟପଟେ ଲୋକମାନେ ମଧ୍ୟ ଅଫର୍ ପାଇବା ଚକରରେ ଭିଡ଼ ଲଗାଇବାକୁ ଲାଗନ୍ତି । ତେବେ ଇତି ମଧ୍ୟରେ ତାମିଲନାଡୁର ମଦୁରୈ ଠାରେ ଜଣେ ବ୍ୟକ୍ତି ସୁକନ୍ୟା ବିରିୟାନୀ ଷ୍ଟଲ୍ ନାମକ ଏକ ଦୋକାନ ଖୋଲିଥିଲା । ଆଉ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେ ଏକ ଅଜବ ଅଫର୍ ରଖିଥିଲା । ହେଲେ ଲୋକପ୍ରିୟତା ପାଇବା ଚକରରେ ନିଜେ ହିଁ ଫଶି ଯାଇଥିଲା । ଅଫର୍ ନିଜ ଉପରେ ଭାରି ପଡ଼ିଗଲା ।

ବିରିୟାନୀ ଷ୍ଟଲ୍ ଖୋଲିବା ସହିତ ଅଫର୍ ଥିଲା ଯେ, ୫ ପଇସାରେ ଅନଲିମିଟେଡ୍ ବିରିୟାନୀ । ଏହି ମେସେଜ୍ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ପେପର୍ ରେ ଛାପି ବାଣ୍ଟିବାକୁ ଲାଗିଥିଲା । ସେ ଆଶା ରଖିଥିଲା ଯେ, ଏହି ଡିଜିଟାଲ ଯୁଗରେ କାହାରି ବି ପାଖରେ ୫ ପଇସା କଏନ୍ ନଥିବ । ଆଉ ଫ୍ରୀରେ ବିରିୟାନୀ ଦେବାକୁ ପଡ଼ିବନି । ତେବେ ଏହି ଅଫର୍ ପରେ ସୁକନ୍ୟା ବିରିୟାନୀ ଷ୍ଟଲ୍ ପାଖରେ ପ୍ରାୟ ୩୦୦ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ ୫ ପଇସା ନେଇ ଆସିଥିଲେ ।

ଆଉ ଅଧିକ ଲୋକ ଭର୍ତ୍ତି ହେବା ଫଳରେ ଦୋକାନ ବାହାରେ ଭିଡ ଜମିବାକୁ ଲାଗିଲା । ଯଦ୍ୱାରା କୋଭିଡ୍ ଗାଇଡଲାଇନ୍ ର ଉଲଂଘନ ହୋଇଥିଲା । ଏହାକୁ ଦେଖି ଦୋକାନୀକୁ ବାଧ୍ୟ ହୋଇ ପୁଲିସ୍ କୁ ଡାକିବକୁ ପଡ଼ିଲା । ଏହାପରେ ଯାଇ ମାମଲା ଶାନ୍ତ ପଡ଼ିଥିଲା ।

 

Get real time updates directly on you device, subscribe now.