fbpx

ଏହି ସ୍ଥାନରେ ‘କିସ୍’ କରିବା ମନା, ଭୁଲରେ ବି ଧରାପଡ଼ିଲେ ମିଳିପାରେ ଏପରି ଦଣ୍ଡ

AAKASH

ସାଧାରଣତଃ ଲୋକମାନେ ପ୍ରେମକୁ ପ୍ରକାଶ କରିବା ପାଇଁ ନିଜ ପାର୍ଟନରଙ୍କୁ ଆଲିଙ୍ଗନ କରନ୍ତି ବା କିସ୍ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି କିଛି ଦେଶ ଅଛି, ଯେଉଁଠାରେ ପବ୍ଲିକ୍ ବା ସର୍ବସାଧାରଣରେ ‘କିସ୍’ କରିବା ଅପରାଧ ଭାବେ ବିବେଚନା କରାଯାଏ । ଏପରି କରିବା ଦ୍ୱାରା ଧରାପଡ଼ିଲେ ଜେଲଦଣ୍ଡ ହୋଇପାରେ ନହେଲେ ନିର୍ଦ୍ଧୁମ ମାଡ଼ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ଦେଶ ବିଷୟରେ…

ଚୀନ୍:
ଚୀନରେ ଲୋକମାନେ ଟେକ୍ନୋଲୋଜିରେ ଯେତେ ଆଗକୁ ଗଲେ ବି ସେଠାକାର ପ୍ରଥା ଅନୁସାରେ, ସର୍ବସାଧାରଣରେ ପ୍ରେମ ପ୍ରକାଶ କରିବା ମନା । ସେଠାରେ ଆଜି ପର୍ଯ୍ୟନ୍ତ ଏହାକୁ ନିଷେଧ କରାଯାଇଛି ।

ଭିଏତନାମ:
ଭିଏତନାମ ସଂସ୍କୃତିରେ ପରିବର୍ତ୍ତନ ପରେ ବି ସେଠାରେ ସର୍ବସାଧାରଣରେ ପ୍ରେମ ପ୍ରକାଶ କରିବା ଅପରାଧ ବୋଲି କୁହାଯାଏ । ଖାସ୍ କରି ଯଦି ଆପଣ ସହରର ବାହାରେ ଅଛନ୍ତି, ତେବେ ରୋମାଣ୍ଟିକ ଆଚରଣକୁ ନିୟନ୍ତ୍ରଣରେ ରଖନ୍ତୁ ।

ଦୁବାଇ:
ଦୁବାଇରେ ‘କିସ୍’ ତ ବହୁ ଦୂରର କଥା, ସେଠାରେ ହାତ ଧରିବା ବି ମନା ହୋଇଥାଏ । ଏପରି କରିବା ଦ୍ୱାରା ବଡ଼ ଅସୁବିଧାରେ ପଡ଼ିପାରନ୍ତି । ପବ୍ଲିକରେ ‘କିସ୍’ କରିବା ବେଳେ ଧରାପଡ଼ିଲେ ଜେଲଦଣ୍ଡ ହୋଇପାରେ ।

ଇଣ୍ଡୋନେସିଆ:
ଇଣ୍ଡୋନେସିଆରେ ସର୍ବସାଧାରଣରେ ‘କିସ୍’ କରିବା ନିଷେଧ ହୋଇଛି । ଯଦି ଏହା କରିବା ଦ୍ୱାରା ଧରାପଡ଼ନ୍ତି, ତେବେ କପଲଙ୍କୁ ଦମ୍ପତିଙ୍କୁ ଜେଲଦଣ୍ଡ ହୋଇପାରେ । କେବଳ ଏତିକି ନୁହେଁ, ଏପରି କରିବା ଦ୍ୱାରା ସର୍ବସାଧାରଣରେ ଚାବୁକ୍ ମାଡ଼ ଦିଆଯାଇପାରେ ।

ଥାଇଲ୍ୟାଣ୍ଡ:
ଥାଇଲ୍ୟାଣ୍ଡ ସେକ୍ସ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ । ବ୍ୟାଙ୍କକରେ ଅନେକ ରେଡ୍ ଲାଇଟ୍ ଅଞ୍ଚଳ ରହିଛି । ଏକ ରିପୋର୍ଟ ମୁତାବକ, ଥାଇଲ୍ୟାଣ୍ଡରେ ୩ ମିଲିୟନରୁ ଅଧିକ ସକ୍ରିୟ ଯୌନ କର୍ମୀ ଅଛନ୍ତି । କିନ୍ତୁ ଏହି ଦେଶରେ ସର୍ବସାଧାରଣରେ ଚୁମ୍ବନ ନିଷେଧ କରାଯାଇଛି । ଯଦି ଏହା କରିବା ଦ୍ୱାରା ଧରାପଡ଼ନ୍ତି, ହୁଏତ ଆପଣଙ୍କୁ ଜୋରିମାନା ଦେବାକୁ ପଡିପାରେ, ନଚେତ୍ ଜେଲକୁ ପଠାଯାଇପାରେ ।

Get real time updates directly on you device, subscribe now.