fbpx
BSKY
BJD SHG SKY
BJD YOUTH SKY

ଶ୍ରୀନଗରରେ ମେଡିକାଲ କଲେଜରେ ଆତଙ୍କୀ ଆକ୍ରମଣ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ପୁଣି ଥରେ ଆତଙ୍କୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଶୁକ୍ରବାର ଦ୍ୱିପହରରେ ସ୍କିମ୍ସ ମେଡିକାଲ କଲେଜ ବାହାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ଏହି ଘଟଣା ପରେ ଆତଙ୍କୀମମାନେ ସେଠାରେ ଫେରାର ହୋଇଯାଇଥିଲେ । ଆଶ୍ୱସନାର ବିଷୟ ହେଉଛି ଏହି ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ମଧ୍ୟରୁ କୌଣସି ଯବାନ ଆହତ ହୋଇନାହିଁନ୍ତି ।

ଜମ୍ମୁ-କଶ୍ମୀର ପୋଲିସ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, ଆତଙ୍କୀଙ୍କୁ ଖୋଜିବା ପାଇଁ ସଂପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ବୟାନରେ ଆହୁରି ମଧ୍ୟ କୁହାଯାଇଛି ଆତଙ୍କୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳିଚାଳନା ହୋଇଥିଲା । ତେବେ ମେଡିକାଲ କଲେଜ ରେ ସାଧାରଣ ଲୋକଙ୍କ ଭିଡ଼ର ଫାଇଦା ଉଠାଇ ଆତଙ୍କୀ ସେଠାରୁ ଖସିପଳାଇଯିବରେ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.