fbpx

ଦୀପାବଳୀରେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ଅଭିନେତ୍ରୀ ରାନୀ; ଅଚାନକ୍ ଫୁଟିଲା ବାଣ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସରିଛି ଦୀପାବଳୀ, କିନ୍ତୁ ଏବେ ବି ଉତ୍ସବ ମୋଡରେ ଅଛନ୍ତି ଲୋକେ । ଗତକାଲି ଧୁମଧାମରେ ସମଗ୍ର ଦୁନିଆର ଲୋକେ ଦୀପାବଳୀ ପାଳିଥିବା ବେଳେ ଭୋଜପୁରୀ ଜଗତର ଜଣାଶୁଣା ଅଭିନେତ୍ରୀ ରାନୀ ଚାଟାର୍ଜୀ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ବାଣ ଫୁଟାଉଥିବା ବେଳେ ସେ ଅଳ୍ପକେ ବଞ୍ଚିଯାଇଥିବା ଦେଖିବାକୁ ମିଳିଛି । ରାନୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଦୀପାବଳୀ ଅବସରରେ ଭୋଜପୁରୀ ଅଭିନେତ୍ରୀ ରାନୀ ଏହି ଭିଡିଓକୁ ସେୟାର କରିଛନ୍ତି । ଭିଡିଓରେ ସେ ଏକ କୁମ୍ପି ବାଣ ଫୁଟାଉଥିବା ଦେଖିବାକୁ ମିଳିଛି । କିନ୍ତୁ ବାଣ ଫୁଟାଉଥିବା ବେଳେ ତାହା ଅଚାନକ୍ ଫୁଟିଯିବାରୁ ଚାରିଆଡେ ଧୁଆଁମୟ ହୋଇଥିଲା । ରାନୀ ଏହି ଭିଡିଓକୁ ସେୟାର କରିବା ସହ ସାବଧାନରେ ଦୀପାବଳୀ ପାଳିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାନୀଙ୍କ ଏହି ଭିଡିଓରେ ଅନେକ ଲୋକ ଦେଖିସାରିଥିବା ବେଳେ ୟୁଜର୍ସମାନେ ଲାଗାତାର କମେଣ୍ଟ କରି ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ତେବେ ରାନୀ ଭୋଜପୁରୀ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ । ସେ ଅନେକ ହଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ସେ ‘ବିଗ୍ ବସ୍’ରେ ମଧ୍ୟ ଭାଗ ନେଇଥିଲେ । ଫିଲ୍ମ ବ୍ୟତୀତ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଆସିଛନ୍ତି । ସେ ସୋସିଆଲ ମିଡିଆରେ ବି ଖୁବ ଆକ୍ଟିଭ୍ ରହିଥାନ୍ତି ।

Get real time updates directly on you device, subscribe now.