fbpx
BJD SKY
BJD SKY

କାର୍ଯ୍ୟରେ ଅବହେଳା ଅଭିଯୋଗ, ଫାଣ୍ଡି ଅଧିକାରୀଙ୍କ ସହ ୪ କନେଷ୍ଟବଳ ନିଳମ୍ବିତ

BJD

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ଚାରି ଜଣ କନ ଷ୍ଟେବଲଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବିତ କରାଯାଇଛିା ଏ ସମ୍ବନ୍ଧରେ ଓର୍କେଳ ଥାନା ଭାରପ୍ରାପ୍ତ ଅଧିକାରୀ ଜନ୍‌ ଖୁଜୁର୍‌ ପ୍ରକାଶ କରିଛନ୍ତି ଯେ, ସେ କୁଡୁମୁଲୁଗୁମ୍ମା ଆଉଟ୍‌ ପୋଷ୍ଟକୁ ଅନେକ ଥର ଯାଇ ସେଠାରେ ଥିବା ଫାଣ୍ଡି ଅଧିକାରୀ ଓ କନଷ୍ଟେବଳ ମାନଙ୍କୁ କାର୍ଯ୍ୟରେ ଅବହେଳା କରୁଥିବା ସମ୍ବନ୍ଧରେ ତାଗିଦ କରିଥିଲୋ କିନ୍ତୁ କର୍ମଚାରୀ ମାନେ ନସୁଧୁରିବାରୁ ମାଲକାନଗିରି ଏସ୍‌.ପି.ଙ୍କ ଫାଣ୍ଡିର ଫାଣ୍ଡି ଅଧିକାରୀଙ୍କ ସହ ମୋଟ ୫ କର୍ମଚାରୀଙ୍କୁ ନିଳମ୍ବିତ କରିଥିବା ଜଣାପଡିଛି ।

Get real time updates directly on you device, subscribe now.