fbpx

ସ୍କୁଲରେ ହିଁ ମହିଳାଙ୍କ ସହ ରୋମାନ୍ସ କରୁଥିଲେ ଗୁରୁଜୀ: ଭାଇରାଲ ହୋଇଗଲା Video

ନୂଆଦିଲ୍ଲୀ: ଆଜିକାଲି କିଛି ଲୋକଙ୍କ ଖରାପ ଅଭ୍ୟାସ ଯୋଗୁଁ ଶିକ୍ଷକ ଭଳି ପବିତ୍ର ନାଁରେ କଳଙ୍କ ଲାଗିଯାଉଛି । ସେହିପରି ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାରେ ଜଣେ ଶିକ୍ଷକଙ୍କ ଅଶ୍ଲୀଳ କାମର ଏକ ଭିଡିଓ ସାମ୍ନାକୁ ଆସିଛି । ଭାଇରାଲ ଭିଡିଓରେ ଶିକ୍ଷକ ଜଣକ ଜଣେ ମହିଳାଙ୍କ ସହ ଅଶ୍ଲୀଳ କାମ କରୁଥିବା ଦେଖିବାକୁ ମିଳିଛି ।

କୁହାଯାଉଛି ଯେ, ଏହି ଭିଡିଓ ଜୋବାଟ ବିକାଶ ବ୍ଲକର ଗାଁ ସେଭେରିଆ ଛାତ୍ର ହଷ୍ଟେଲର ବୋଲି ଜଣାପଡିଛି । ଭାଇରାଲ୍ ଭିଡିଓରେ ଶିକ୍ଷକ ଜଣକ ମହିଳାଙ୍କ ସହ ଅଶ୍ଲୀଳ କାମ କରୁଥିବା ଦେଖିବାକୁ ମିଳିଛି ।

କୁହାଯାଉଛି ଯେ ଭିଡିଓରେ ଦେଖାଯାଇଥିବା ମହିଳା ଡାକ୍ତରଖାନାରେ ରୋଷେଇଆ ଭାବରେ କାମ କରନ୍ତି । ଶିକ୍ଷକ ଜଣକ ମହିଳା ସ୍କୁଲକୁ ଡାକି ଅଶ୍ଳୀଳ କାର୍ଯ୍ୟ କରୁଥିଲେ । କିନ୍ତୁ କେହି ଜଣେ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆଦିବାସୀ ବ୍ୟାପାର ବିଭାଗର ସହକାରୀ କମିଶନର ଜାନକୀ ଯାଦବ ଛାତ୍ର ହଷ୍ଟେଲ ଅଧୀକ୍ଷକ ଦୀପ ସିଂ ଚାମକାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ହଷ୍ଟେଲ ଅଧୀକ୍ଷକ ପଦରୁ ନିଲମ୍ବିତ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସେ ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ଆଜାଦ ନାଗରଙ୍କ କାର୍ଯ୍ୟାଳୟରେ ଆଟାଚ୍ କରିଛନ୍ତି ।

Get real time updates directly on you device, subscribe now.