fbpx
BJD SKY
BJD SKY

କର୍ଣ୍ଣାଟକର ସମସ୍ତ ବିଦ୍ୟାଳୟ ଓ କଲେଜରେ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ, ଅବହେଲା କଲେ କାର୍ଯ୍ୟନୁଷ୍ଠାନ

BJD

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାର ଏକ ନିର୍ଦ୍ଦେଶ ଜାରିକରି ରାଜ୍ୟର ସମସ୍ତ ବିଦ୍ୟାଳୟ ଏବଂ ପ୍ରି-ୟୁନିଭରସିଟି କଲେଜରେ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ସକାଳେ ଜାତୀୟ ସଙ୍ଗୀତ ଗାନ କରିବା ବାଧ୍ୟତାମୂଳକ କରିଛନ୍ତି । ଅଗଷ୍ଟ ୧୭ରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଆଦେଶ ପ୍ରି-ୟୁନିଭରସିଟି କଲେଜ ବ୍ୟତୀତ ସମସ୍ତ ସରକାରୀ, ଅନୁଦାନ ପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ହେବ ।

କର୍ଣ୍ଣାଟକ ସରକାରଙ୍କ ଆଦେଶ ଅନୁଯାୟୀ, ବେଙ୍ଗାଲୁରୁର କେତେକ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସକାଳ ପ୍ରାର୍ଥନା ସମୟରେ ଜାତୀୟ ସଂଗୀତ ଗାନ କରୁନାହାଁନ୍ତି । କର୍ଣ୍ଣାଟକ ଶିକ୍ଷା ଅଧିନିୟମର ଧାରା ୧୩୩(୨) ଅନୁଯାୟୀ ଜାତୀୟ ସଂଗୀତ ସଂପର୍କରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.