fbpx

କ୍ରମଶଃ କମିବାକୁ ଲାଗିଛି ପୃଥିବୀର ଗତି : ବଢ଼ୁଛି ବୈଜ୍ଞାନିକଙ୍କ ଚିନ୍ତା

ନୂଆଦିଲ୍ଲୀ: ବିଲୀନ ହୋଇଯିବ କି ଜୀବଜଗତ? କାହିଁକି କମୁଛି ପୃଥିବୀର ଗତି? କାହିଁକି ବଢୁଛି ପୃଥିବୀରେ ଦିନର ଅବଧି? କ’ଣ ହୋଇପାରେ ଏହା ପଛର ରହସ୍ୟ? ଏପରି ରହସ୍ୟ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବନି ତ? ଏମିତି ଅନେକ ପ୍ରଶ୍ନର ଉତ୍ତର ଏବେ ମଧ୍ୟ ରହସ୍ୟ ଭିତରେ ରହିଛି । କାରଣ ହେଉଛି, ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟାରେ ଅସନ୍ତୁଳିତ ପରିଲକ୍ଷିତ ହୋଇଛି ।

୨୦୨୦ ରୁ ପୃଥିବୀର ଗତି କ୍ରମଶଃ କମିବାକୁ ଲାଗିଛି ଏବଂ ଦିନ ଲମ୍ବା ହେବାକୁ ଲାଗିଛି । ଯାହା ଏକ ଚିନ୍ତାର ବିଷୟ ପାଲଟିଛି । ବୈଜ୍ଞାନିକମାନେ ମଧ୍ୟ ଏହା ପଛର ରହସ୍ୟ ଖୋଜିବାରେ ଅସମର୍ଥ ହେଉଛନ୍ତି । ଗତ ଅର୍ଦ୍ଧ ଶତାବ୍ଧି ମଧ୍ୟରେ ଜୁନ ୨୦୨୨ କୁ ସବୁଠୁ ଛୋଟ ଦିନ ହିସାବରେ ଗଣନା କରାଯାଇଥିଲା । କିନ୍ତୁ ଏହାପରେ ଦିନ ରହସ୍ୟମୟ ଭାବରେ ବଢିବାକୁ ଲାଗିଛି ।ଏଥିସହ ପୃଥିବୀର ଗତି ଧିର ହେବାରେ ଲାଗିଛି । ପୃଥିବୀ ୨୪ ଘଣ୍ଟାରେ ଲଗାଉଥିବା ଚକ୍କର ଏବେ ୨୪ ଘଣ୍ଟାରୁ ଅଧିକ ସମୟ ଲାଗୁଛି ।

ତେବେ ଏପରି ପରିବର୍ତ୍ତନ କୋଟି କୋଟି ବର୍ଷ ପରେ ଦେଖିବାକୁ ମିଳିଥାଏ । କିନ୍ତୁ ଏତେ ଶୀଘ୍ର ହେଉଥିବା ଏହି ପରିବର୍ତ୍ତନ ଏବେ ଚିନ୍ତାର ବିଷୟ ପାଲଟିଛି । ଏହା ପଛର କାରଣ ଭୂମିକମ୍ପ, ଝଡ ହେବା ନେଇ ଆଶଙ୍କା କରାଯାଉଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଭୂମିକମ୍ପ କମ ସମୟ ପାଇଁ ହେଲେ ମଧ୍ୟ ଏହା ପୃଥିବୀର ଗତିକୁ ପ୍ରଭାବିତ କରିଥାଏ । ଯେପରି ୨୦୧୧ ଜାପାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ୮.୯ ଥିଲା, ଯାହା ପୃଥିବୀର ଗତି ୧.୮ ମିଲି ସେକେଣ୍ଡସ ବଢାଇ ଦେଇଥିଲା ।

ଏପରି କିଛି ପ୍ରାକୃତିକ ବିପର୍ଯ୍ୟୟ ପୃଥିବୀର ଗତିକୁ ପ୍ରଭାବିତ କରେ । ହେଲେ ଏପର୍ଯ୍ୟନ୍ତ ଏ ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ପରିସ୍ଥିତି ଆଗକୁ ଭୟାବହ ହେବା ନେଇ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.