fbpx

ଏହି ୫ଟି ଭୁଲ୍ ଯୋଗୁଁ ଫାଟିଯାଇପାରେ ଆପଣଙ୍କ ସ୍ମାର୍ଟଫୋନ୍, ଜାଣନ୍ତୁ କିପରି ରଖିବେ ସୁରକ୍ଷିତ

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ର ବ୍ୟାଟେରୀ ଫାଟିବା ଘଟଣା ଏବେ ସାଧାରଣ ହୋଇଯାଇଛି । ନିକଟରେ ଜଣେ ୟୁଜର୍ସଙ୍କ ୱାନପ୍ଲସ୍ ନୋର୍ଡ ୨ ସ୍ମାର୍ଟଫୋନ୍ ବ୍ଲାଷ୍ଟ ହୋଇଥିଲା ଯାହାଦ୍ୱାରା ୟୁଜର୍ସଙ୍କ ଅନେକ କ୍ଷତି ହୋଇଥିଲା । ତେବେ ଚଳିତ ବର୍ଷ ହିଁ ଲଞ୍ଚ ହୋଇଥିବା ଏହି ୱାନପ୍ଲସ୍ ନୋର୍ଡ ୨ ବ୍ଲାଷ୍ଟ ହେବାର ଘଟଣା ଏକାଧିକ ଥର ଶୁଣିବାକୁ ମିଳିଛି । ବ୍ଲାଷ୍ଟ ହେବାକୁ ନେଇ ୟୁଜର୍ସ ମାନେ କମ୍ପାନୀକୁ ଦାୟୀ କରିଛନ୍ତି । ହେଲେ କମ୍ପାନୀ କହିଛି ଯେ, ଫୋନ୍ ବ୍ୟବହାର କରିବା କ୍ଷେତ୍ରରେ ଏକଦମ୍ ସୁରକ୍ଷିତ ।

ତେବେ ଫୋନ୍ ବ୍ଲାଷ୍ଟ ବେହାର ଅନେକ କାରଣ ରହିଛି । ଗୋଟିଏ ହେଲା ନିର୍ମାଣ ସମୟରେ ଫୋନ୍ ଟେଷ୍ଟିଂରେ କୌଣସି ପ୍ରକାର ତ୍ରୁଟି ରହିଥାଇପାରେ ଓ ଆଉ ଗୋଟିଏ ହେଲା ଫୋନ୍ ବ୍ୟବହାରୀକାରୀ ଏଥିପାଇଁ ଦାୟୀ ହୋଇଥାଇପାରନ୍ତି । ତେବେ ଚାଲନ୍ତୁ ଜାଣିବା ଫୋନ୍ ହେବାର କଣ କଣ ମୁଖ୍ୟ କାରଣ ହୋଇଥାଇପାରେ ।

ପ୍ରଥମରେ ହେଉଛି ଡିଭାଇସ୍ କିମ୍ବା ବ୍ୟାଟେରୀର ଫିଜିକାଲ୍ ଡ୍ୟାମେଜ୍ । ଯେତେବେଳେ ଫୋନ୍ ତଳେ ଖସି ପଡ଼ିଯାଏ ସେ ସମୟରେ ବ୍ୟାଟେରୀ ଖରାପ ହୋଇଯାଏ । ଏଥିରେ ସର୍ଟ ସର୍କିଟ୍, ଓଭରହିଟିଂ ଭଳି ବିଭିନ୍ନ ସମସ୍ୟା ହୋଇପାରେ । ସେହିପରି ଫୋନ୍ କିଣିବା ସମୟରେ ଦିଆଯାଇଥିବା ଚାର୍ଜର୍ ବ୍ୟବହାର ନ କଲେ ମଧ୍ୟ ଫୋନ୍ ରେ ଚାର୍ଜିଂ ସମସ୍ୟା ଦେଖାଦିଏ । ଫୋନ୍ କୁ ଅନ୍ୟ କୌଣସି କମ୍ପାନୀର ଚାର୍ଜର୍ ରେ ଚାର୍ଜ କରିବା ସୁରକ୍ଷିତ ହୋଇନଥାଏ । ଏହାଫଳରେ ଫୋନର ବ୍ୟାଟେରୀ ଉପରେ ଏହାର ସିଧାସଳଖ ପ୍ରଭାବ ପଡେ ଓ ଫୋନ୍ ଫାଟିବାର ଆଶଙ୍କା ବଢ଼ିଯାଏ ।

ଏହା ବ୍ୟତୀତ କିଛି ୟୁଜର୍ସ ଏପରି ରହିଛନ୍ତି ଯେଉଁ ମାନେ ଫୋନ୍ କୁ ରାତି ସାରା ଚାର୍ଜ କରି ରଖିଥାନ୍ତି । ହେଲେ ଏହା ସମ୍ପୂର୍ଣ୍ଣ ଭୂଲ୍ ଅଟେ । ଏପରି କରିବା ଦ୍ୱାରା ବ୍ୟାଟେରୀ ଓଭରଚାର୍ଜିଂ ହୋଇଥାଏ ଓ ଫାଟିବାର ଆଶଙ୍କା ବଢ଼ିଥାଏ । ତେଣୁ ରାତି ସାରା ଚାର୍ଜ କରନ୍ତୁ ନାହିଁ । ଏହା ବ୍ୟତୀତ ସ୍ମାର୍ଟଫୋନ୍ ଖରା କିମ୍ବା ପାଣି ସଂସ୍ପର୍ଶରେ ଆସିଲେ ମଧ୍ୟ ବ୍ଲାଷ୍ଟ ହେବାର ସମ୍ଭାବନା ରହିଥାଏ । ଆଉ ଗୋଟିଏ କାରଣ ହେଲା ପ୍ରେସେସର୍ ଅପଲୋଡ୍ । ମଲ୍ଟି ଟାସ୍କିଂ ଓ ଗେମିଂ ସେସନ୍ ର ପରିଣାମସ୍ୱରୂପ ପ୍ରୋସେସର୍ ଫୋନ୍ କୁ ଗରମ କରିଦେଇଥାଏ । ଏହାଦ୍ୱାରା ମୋବାଇଲ୍ ଫୋନରେ ହିଟିଂ ଡ୍ୟାମେଜ୍ ର ସମସ୍ୟା ଦେଖାଦେଇପାରେ ।

 

Get real time updates directly on you device, subscribe now.