fbpx

ଟ୍ରାକ୍ଟର ଓଲଟି ଦୁଇ ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଏକ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ପାଣି ଟ୍ୟାଙ୍କର ବୋହୁଥିବା ସମୟରେ ଭାରସାମ୍ୟ ହରାଇବାରୁ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟରରେ ବସିଥିବା ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି ।

ଜଣାପଡ଼ିଛି ଯେ, ଜିଲ୍ଲାର ରୁଗୁଡି ଥାନା ଅନ୍ତର୍ଗତ ରୋଇଡାରେ ଏହି ଘଟଣାଟି ଘଟିଛି । ଆଜି ସକାଳୁ ପାଣି ଟ୍ୟାଙ୍କର ବୋହୁଥିବା ସମୟରେ ଟ୍ରାକ୍ଟରଟି ହଠାତ୍ ଓଲଟି ପଡ଼ିବା ଫଳରେ ସେଥିରେ ବସିଥିବା ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ରୋଇଡା ସ୍ଥିତ ଆଇଡିସି ଖଣିରେ ସୁରକ୍ଷା ପ୍ରାଚୀର ନିର୍ମାଣ ଚାଲିଥିବା ସମୟରେ ଉକ୍ତ ପ୍ରାଚୀରରେ ପାଣି ପକାଇ ଫେରୁଥିବା ସମୟରେ ଏହି ଅଘଟଣା ଘଟିଥିଲା । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ରୁଗୁଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ମୃତକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦିଆନଗଲେ ଶବ ଉଠାଯିବ ନାହିଁ ଦାବି କରାଯାଇଥିଲା । ତେବେ ମୃତକ ଦ୍ୱୟ ସ୍ଥାନୀୟ ଅଞ୍ଚଳର ନିବାସୀ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.