fbpx

DRDOରୁ ତଥ୍ୟ ଲିକ୍ ଅଭିଯୋଗ, ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

ଚାନ୍ଦିପୁର(ଓଡ଼ିଶା ଭାସ୍କର): ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ ଅଭିଯୋଗରେ ଚାନ୍ଦିପୁର DRDOରୁ ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ସ୍ପେଶାଲ ସ୍କ୍ୱାଡ୍ । ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ୱାଡ୍ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଆଜି ସକାଳେ DRDO ଗେଟ୍ ସମ୍ମୁଖରୁ ଉଠାଇ ଆଣି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି । ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଛି । ଅଟକ ୫ ଜଣଙ୍କ ମଧ୍ୟରେ ଠିକା କର୍ମଚାରୀ ବସନ୍ତ ବେହେରା ବି ଅଛି । ଲଞ୍ଚପ୍ୟାଡ-୩ର ଏସି ଜେନେରେଟର ଅପରେଟର ଭାବେ କାମ କରେ ବସନ୍ତ । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ଅଟକ ରଖିଛି ପୋଲିସ । ଏନେଇ ସାଢ଼େ ୩ଟାରେ ସୂଚନା ଦେବେ ପୋଲିସ ମହାନିର୍ଦ୍ଦେଶକ ଅଭୟ ।

Get real time updates directly on you device, subscribe now.