fbpx

‘ସୁପର ୩୦’ ପାଇଁ ଆସନ୍ତା ୨୦୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ପରୀକ୍ଷା, ଘୋଷଣା କଲେ ଆନନ୍ଦ କୁମାର

ନୂଆଦିଲ୍ଲୀ: ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ‘ସୁପର ୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାର ଏକ ଘୋଷଣା କରିଛନ୍ତି । ନୂଆ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ଆସନ୍ତା ୨୦୨୨ରେ ଏକ ପରୀକ୍ଷାର ଆୟୋଜନ କରାଯିବ । ବୁନ୍ଦେଲଖଣ୍ଡରେ ରହୁଥିବା ଗରିବ ପିଲାମାନଙ୍କୁ ଶିକ୍ଷାଦାନ ନିମନ୍ତେ ସେ ଇଚ୍ଛୁକ ଅଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରହିବ ବୋଲି ଆନନ୍ଦ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଆନନ୍ଦ କହିଛନ୍ତି ଯେ, ପିଲାମାନେ ଇଞ୍ଜିନିୟରିଂ, ମେଡିକାଲ ଓ ସାମାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ରୁଚି ରଖୁଛନ୍ତି । ଚଳିତ ବର୍ଷ ଆନନ୍ଦଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ସ୍ୱାମୀ ବ୍ରହ୍ମାନନ୍ଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଶିକ୍ଷା ଓ ଗୋସେବା କ୍ଷେତ୍ରରେ ବିଶେଷ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ପାଟନା ସ୍ଥିତ ରାମାନୁଜନ ସ୍କୁଲ ଅଫ ମ୍ୟାଥମେଟିକ୍ସର ଏକ କୋଚିଂ ପ୍ରୋଗ୍ରାମ ହେଉଛି ସୁପର ୩୦ । ଏହାର ୱେବସାଇଟ୍ ଅନୁଯାୟୀ, ଏହି ସଂସ୍ଥା ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ୩୦ ଜଣ ମେଧାବୀ ପ୍ରତିଭାଙ୍କୁ ଚୟନ କରି ଆଇଆଇଟି ନିମନ୍ତେ ପ୍ରସ୍ତୁତ କରାଇଥାଏ । ଆନନ୍ଦ ବିଗତ ଦୁଇ ଦଶନ୍ଧି ଧରି ଗରିବ ପରିବାରର ଅନେକ ପିଲାଙ୍କୁ ଆଇଆଇଟିରେ ପ୍ରବେଶ ନେଇ ଜେଇଇ ଆଡଭାନ୍ସ କୋଚିଂ ଦେଇଆସୁଛନ୍ତି ।

Get real time updates directly on you device, subscribe now.