fbpx

୫ ହଜାର ବର୍ଷର ପୁରୁଣା ପବ୍ ରେଷ୍ଟୁରାଣ୍ଟ ଆବିଷ୍କାର : ଗୁମ୍ଫା ଭିତରେ ରହିଛି ଏହି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ : ଦକ୍ଷିଣ ଇରାକର ପ୍ରାୟ ୫ ହଜାର ବର୍ଷ ପୁରୁଣା ଏକ ପବ୍ ରେଷ୍ଟୁରାଣ୍ଟ ଆବିଷ୍କାର ହୋଇଛି । ସେହି ରେଷ୍ଟୁରାଣ୍ଟଟି ମାଟି ତଳେ ଗୁମ୍ପା ଭିତରେ ଅବସ୍ଥିତ । ସେହି ସ୍ଥାନରେ ଅନେକ କିଛି ଜିନିଷ ଉଦ୍ଧାର ହୋଇଛି । ପଞ୍ଚ ହଜାର ବର୍ଷ ତଳେ ସହରୀ ଜୀବନ କିଭଳି ଥିଲା ସେ ନେଇ ଆହୁରି ଅନେକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ଯୁକ୍ତରାଷ୍ଟ୍ର-ଇଟାଲୀ ଅନୁସନ୍ଧାନୀ ଦଳ ଆଧୁନିକ ସହରର ନାସିରିଆର ଉତ୍ତର-ପୂର୍ବରେ ଥିବା ପ୍ରାଚୀନ ଲାଗାଶର ଏହି ଆବିଷ୍କାର କରିଥିଲେ । ଯାହା ପ୍ରାଚୀନ ଇରାକର ସୁମେରୀୟ ସଭ୍ୟତାର ପ୍ରଥମ ସହରୀ କେନ୍ଦ୍ର ଭାବରେ ପରିଚିତ ଥିଲା ।

୫ ହଜାର ବର୍ଷ ପୂର୍ବେ ଲୋକେ କିଭଳି ଜୀବନଯାପନ କରୁଥିଲେ
ପେନସିଲଭାନିଆ ୟୁନିଭରସିଟି ଏବଂ ପିସା ବିଶ୍ୱବିଦ୍ୟାଳୟର ଏକ ମିଳିତ ଦଳ ଏକ ପ୍ରାଥମିକ ରେଫ୍ରିଜରେଜେସନ୍ ସିଷ୍ଟମ ସାହାଯ୍ୟରେ ଏହି ଧ୍ୱଂସାବଶେଷ ଉଦ୍ଧାର କରାଯାଇଛି । ଯେଉଁଠାରେ ଏକ ବଡ଼ ଚୁଲି, ଖାଇବା ପାଇଁ ବେଞ୍ଚ ଏବଂ ପ୍ରାୟ ୧୫୦ ଟି ପରିବେଷଣକାରୀ ପାତ୍ର ବା ପ୍ଲେଟ୍ ଉଦ୍ଧାର ହୋଇଛି। ପାତ୍ରରେ ମାଛ ଏବଂ ପଶୁଙ୍କ ହାଡ ମଧ୍ୟ ମିଳିଥିଲ, ଏବଂ ସୁମରୀୟମାନେ ବିୟର ପିଇବାର ପ୍ରମାଣ ମିଳିଛି ।

ଗୁମ୍ଫାରୁ ବାହାରିଥିଲା ଏହି ଜିନିଷ
ସେହି ସ୍ଥାନରୁ ଏକ ରେଫ୍ରିଜରେଟର ଏବଂ ବହୁତଗୁଡାଏ ବାସନ, ବେଞ୍ଚ ମିଳିଛି । ବେଞ୍ଚ ବସିବା ପାଇଁ ଏବଂ ରେଫ୍ରିଜରେଟର ପଛରେ ଏକ ଚୁଲି ଅଛି ଯାହା ରୋଷେଇ ପାଇଁ ବ୍ୟବହୃତ ହେଉଥିଲା ବୋଲି ଅନୁମାନ କରାଯାଉଛି । ବିୟର ସେଠାକର ଲୋକଙ୍କ ପାଇଁ ଅତି ସାଧାରଣ ଥିଲା, ଯାହା ପାଣି ଠାରୁ ଅଧିକ ବ୍ୟବହାର କରାଯାଉଥିିଲା ।

ସେତେବେଳେ ସେଠାକାର ବାସିନ୍ଦାମାନେ କୃଷି, ପଶୁପାଳନ, ମତ୍ସ୍ୟଚାଷ ଉପରେ ନିର୍ଭର କରୁଥିଲେ ଏବଂ ଆମଦାନି-ରପ୍ତାନୀ ମଧ୍ୟ କରୁଥିଳେ । ପ୍ରତ୍ନତତ୍ତ୍ୱବିତ୍ ନିର୍ଦ୍ଦେଶକ ପିଟମ୍ୟାନ କହିଛନ୍ତି ଯେ ପ୍ରଥମ, ସହରଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଖ୍ରୀଷ୍ଟପୂର୍ବ ୨୭୦୦ ମସିହାରେ ପବ୍ ରେଷ୍ଟୁରାଣ୍ଟ ଖୋଲାଯାଇଥିଲା । ଆହୁରି ଅନେକ ତଥ୍ୟ ପାଇବା ଆଶାରେ ପ୍ରତ୍ନତତ୍ତ୍ୱବିତ୍ ମାନେ ଅନୁସନ୍ଧାନ ଜାରି ରଖିଛନ୍ତି ।

Get real time updates directly on you device, subscribe now.