fbpx
BSKY
BJD MC SKY
BJD YOUTH SKY

କୋଭିଡରୁ ସୁସ୍ଥ ହେବାର ୨ ବର୍ଷ ପରେ ବି ଫୁସଫୁସ ଓ ଅନ୍ୟ ଅଙ୍ଗ ଅକାମୀ ହୋଇଯିବ! ବୁହାନ ରିସର୍ଚ୍ଚ ଟିମର ବଡ଼ ଖୁଲାସା

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷ ଧରି କରୋନା ମହାମାରୀ ସାରା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ କୋଭିଡ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନିକଟରେ ଚୀନରେ କୋଭିଡ୍ ଭାଇରସର ସଂକ୍ରମଣ ବଢ଼ିବା ପରେ ବିଭିନ୍ନ ରାଷ୍ଟ୍ରରେ ଏହାର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଏହା ମଧ୍ୟରେ କୋଭିଡକୁ ନେଇ ଏକ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । କୋଭିଡରୁ ସୁସ୍ଥ ହେବା ପରେ ବି ରୋଗୀ ଫୁସଫୁସ୍ ସମସ୍ୟା ଭୋଗୁଥିବା ଜଣାପଡ଼ିଛି ।

କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚୀନର ବୁହାନର ଗବେଷକମାନେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଉପରେ ଏକ ଷ୍ଟଡି କରିଥିଲେ । ତେବେ ସୁସ୍ଥ ହେବାର ୨ ବର୍ଷ ପରେ ବି ରୋଗୀଙ୍କ ଠାରେ ଫୁସଫୁସ ସମସ୍ୟା ରହୁଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ଅଧିକାଂଶ ରୋଗୀ ନିଃଶ୍ୱାସ ନେବାରେ ସମସ୍ୟା ଅନୁଭବ କରୁଥିଲେ । ଭାଇରସ କବଳରୁ ମୁକ୍ତି ପାଇବା ପରେ ବି ଫୁସଫୁସ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇନଥାଏ । ତେଣୁ ଏହି ନୂଆ ଷ୍ଟଡି ଏବେ ନୂଆ ଚିନ୍ତାର କାରଣ ପାଲଟିଛି ।

‘ରେଡିଓଲୋଜି’ ନାମକ ଏକ ସାଇନ୍ସ ପତ୍ରିକାରେ ଏହି ଷ୍ଟଡି ରିପୋର୍ଟ ପ୍ରକାଶିତ ହୋଇଛି । ସେଥିରେ କୁହାଯାଇଛି, ସାରା ବିଶ୍ୱରେ ୬୦ କୋଟିରୁ ଅଧିକ ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି । ମାତ୍ର ଏହା ପରେ ବି କିଛି ଲୋକଙ୍କ ବିଭିନ୍ନ ଅଙ୍ଗରେ ବିଶେଷ କରି ଫୁସଫୁସରେ ଦୀର୍ଘ ସମୟ ଧରି ସଂକ୍ରମଣ ରହିପାରେ । ଚୀନର ବୁହାନ ସ୍ଥିତ ମେଡିକାଲ କଲେଜ ଅଫ୍ ହୁଆଝୋଙ୍ଗ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପକ୍ଷରୁ ଏହି ଷ୍ଟଡି ଯାଇଥିଲା ।

Get real time updates directly on you device, subscribe now.