fbpx

ପୂରଣ ହେଲା ଚାଷୀଙ୍କ ଦାବି ; ଖୋଲିବ ସୋଲାର ଶୀତଳ ଭଣ୍ଡାର

ଭୁବନେଶ୍ୱର : ଓଡିଶାରେ କେତେକ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ପଡିରହିଛି । ଏହାର କରଣ ବିଜୁଳି ଦେୟ । ବିଜୁଳି ଦେୟ ଶୀତଳ ଭଣ୍ଡାର ପାଇଁ ବାଧକ ସାଜୁଛି । ଏହି କାରଣରୁ ରାଜ୍ୟ ସରକାର ସେଲାର ଶୀତଳ ଭଣ୍ଡାର ପାଇଁ ଚିନ୍ତା କରିଛନ୍ତି ।

ପୂରଣ ହେବାକୁ ଯାଉଛି ଅନେକ ଦିନର ଦାବି । ବର୍ଷ ବର୍ଷ ଧରି କରାଯାଉଥିବା ଦାବିକୁ ଆଜି ସରକାରି ମାନି ନେଇଛନ୍ତି । ଏଣିକି ରାଜ୍ୟରେ ଖାଦ୍ୟ ଶସ୍ୟ ପଚିବନି, ସଢିବନି କି ନଷ୍ଟ ହେବ ନାହିଁ । ରାଜ୍ୟରେ ଖୋଲିବ ଶୀତଳ ଭଣ୍ଡାର । ସୋଲାର ଚାଳିତ ଶୀତଳ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ କୃଷି ସଚିବ ଅରବିନ୍ଦ ପାଠୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ଆବଶ୍ୟକ ପରିମାଣରେ ଶୀତଳ ଭଣ୍ଡାର ନଥିବାରୁ ଟନ୍ ଟନ୍ ପରିବା ନଷ୍ଟ ହେଉଛି । ପର୍ଯ୍ୟପ୍ତ ପରିମାଣରେ ଶୀତଳ ଭଣ୍ଡାର ଅଭାବରୁ ଖାଦ୍ୟ ଶାସ୍ୟ ବିଲରେ ପଡି ନଷ୍ଟ ହେଉଛି । ଯାହା ଦ୍ୱାରା ଚାଷୀକୂଳ ଘାଟା ସହୁଛି । କମ୍ ମୂଲ୍ୟରେ ଚାଷୀ ଅମଳ ବିକ୍ରି କରିବାକୁ ବାଧ୍ୟ ହେଉଛି । ତେଣୁ ରାଜ୍ୟରେ ପର୍ଯ୍ୟପ୍ତ ପରିମାଣର ଶୀତଳ ଭଣ୍ଡାର ଖୋଲିବାକୁ ଅନେକ ଦିନରୁ ଚାଷୀମାନେ ଦାବି କରି ଆସୁଥିଲେ । ଯାହା ଏବେ ପୂରଣ ହେବାକୁ ଯାଉଛି ।

Get real time updates directly on you device, subscribe now.