ହାତୀ ଆତଙ୍କ ଘେରରେ ରାଇବଣିଆ, ଉପଦ୍ରବ କରୁଛନ୍ତି ୫୦ଟି ଗଜ

ରାଇବଣିଆରେ ୫୦ଟି ହାତୀ

ବସ୍ତା: ଜଳେଶ୍ୱର ରାଇବଣିଆରେ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଏଠାରେ ଉପଦ୍ରବ କରୁଛନ୍ତି ୫୦ଟି ହାତୀ । ହାତୀପଲ ବ୍ୟାପକ ଚାଷଜମି ଯତିଗ୍ରସ୍ତ କରିଛନ୍ତି । ବନ ବିଭାଗ ହାତୀପଲକୁ ଘଉଡ଼ାଇଛନ୍ତି । ଏହି ହାତୀମାନଙ୍କ ଆତଙ୍କରେ ଜଳେଶ୍ୱର ରାଇବଣିଆର ଲୋକେ ।

ଗତକାଲି ଜଣେ ମହିଳାଙ୍କୁ ଘରୁ ଟାଣିଆଣି ଦଳି ଦେଇଛି ଦନ୍ତା ହାତୀ । ଏହି ଘଟଣାଟି କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଳେଇପଶି ଗାଁରେ ଘଟିଥିଲା। ଦନ୍ତା ଆକ୍ରମଣରେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଥିଲେ।

ସୂଚନାନୁଯାୟୀ, ତିଳେଇପଶି ଗୁଦୁରାସାହିରେ ମହିଳା ଜଣକ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦନ୍ତା ଘର ଭାଙ୍ଗିଦେଇଥିଲା। ଏହାପରେ ମହିଳାଙ୍କୁ ଦଳି ଚକଟି ମାରିଦେଇଥିଲା ।

ମୃତକ ହେଲେ ୩୦ ବର୍ଷୀୟା ପୂଜା ମାହାର । ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାମୀ, ପୁଅ ଏବଂ ୨ ଝିଅ । ତେବେ ହାତୀର ଏହି ଉତ୍ପାତକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସର ତଦନ୍ତ ଜାରି ରହିଛି ।