fbpx
BSKY
BJD MC SKY
BJD YOUTH SKY

ୟୁକ୍ରେନରେ ବିଗୁଡ଼ୁଛି ପରିସ୍ଥିତି, ଗତ ୪୮ ଘଣ୍ଟାରେ ଦେଶ ଛାଡ଼ିଲେ ୫୦ ହଜାରରୁ ଅଧିକ ନାଗରିକ

ନୂଆଦିଲ୍ଲୀ: ରୁଷର ଆକ୍ରମଣ ପରେ ୟୂକ୍ରେନର ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଅବଶ୍ୟ ଏବେ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି, କିନ୍ତୁ ୟୁକ୍ରେନର ଭୂମିରେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି । ରୁଷ ସେନା ଲଗାତାର ଭାବେ ଆକ୍ରମଣ କରିବାରେ ଲାଗିଛନ୍ତି । ମିସାଇଲ ନିପେକ୍ଷ କରାଯାଉଛି, ରକେଟ୍ ଛଡ଼ାଯାଉଛି ଓ ୟୁକ୍ରେନର ଅନେକ ସ୍ଥାନ ନିଜ କବଜାକୁ ନେବାକୁ ରୁଷ ପ୍ରୟାସ ଜାରି ରଖିଛି ।

ତେବେ ଏହି ଯୁଦ୍ଧରେ ୟୁକ୍ରେନ ସବୁଠାରୁ ଅଧିକ ପ୍ରଭାବିତ ହେଉଛି । ସାଧାରଣ ନାଗରିକମାନେ ନିଜ ଘରଦ୍ୱାର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଗତ ୪୮ ଘଣ୍ଟା ମଧ୍ୟରେ ପ୍ରାୟ ୫୦ ହଜାରରୁ ଅଧିକ ନାଗରିକ ଦେଶ ଛାଡ଼ି ପଳାଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ କେବଳ ନିଜ ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । ରାସ୍ତା ଉପରେ ଭିଡ଼ ଓ ଲୋକଙ୍କ ମନରେ ଚିନ୍ତା ଦେଖିବାକୁ ମିଳିଛି । ସେମାନେ ନିଜ ପରିବାରକୁ ନେଇ କୌଣସି ଏକ ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହୁଁଛନ୍ତି ।

ଅନ୍ୟପଟେ ୟୁକ୍ରେନର ସୈନ୍ୟବାହିନୀକୁ କ୍ଷମତା ଦାଖଲ କରିବା ପାଇଁ ଡାକରା ଦେଇଛନ୍ତି ପୁତିନ । ରୁଷର ସୁରକ୍ଷା ପରିଷଦ ସହିତ ବୈଠକ ସମୟରେ ସେ ଏହି କଥା କହିଛନ୍ତି । ନବ ନାଜି ଏବଂ ନିଜର ପରିଜନ ଏବଂ ଗୁରୁଜନମାନଙ୍କୁ ଢାଲ ବ୍ୟବହାର ନ କରିବାକୁ ନିବେଦନ କରିଛନ୍ତି ପୁତିନ । କ୍ଷମତାକୁ ନିଜ ହାତକୁ ନେଲେ ଚୁକ୍ତି କରିବା ଉଭୟ ଦେଶ ପାଇଁ ସହଜ ହେବ ବୋଲି ପୁତିନ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.