ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ହେବା ପରେ ୫୦୦ ଟଙ୍କିଆ ନୋଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ନୋଟ ମଧ୍ୟ ବ୍ୟାନ ହେଉଥିବା ନେଇ ଅନେକ ଆଲୋଚନା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଜାଣିବାକୁ ମିଳିଛି ଯେ, ୫୦୦ ଟଙ୍କିଆ ନୋଟ୍ ସହ ଆହୁରି କିଛି ଜିନିଷ ଉପରେ ବ୍ୟାନ୍ ଲଗାଯାଇଛି । ନୋଟ୍ ବ୍ୟତୀତ ଆଧାର କାର୍ଡ ଏବଂ ଚିକେନ୍ ଖାଇବା ଭାରତରେ ବ୍ୟାନ୍ ହୋଇଥିବା କୁହାଯାଇଛି । ଏହି ଘଟଣା ବର୍ତ୍ତମାନ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଭିଡିଓରେ ଏହିସବୁ ଜିନିଷ ଉପରେ ବ୍ୟାନ ଲାଗିଥିବା ନେଇ ସୂଚନା ପ୍ରକାଶ ପାଇଛି ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦାବି ହୋଇଛି ଯେ, ୫୦୦ ଟଙ୍କିଆ ନୋଟ ସହିତ ଅନ୍ୟ ୪ଟି ଜିନିଷ ଭାରତରେ ବ୍ୟାନ ହୋଇଛି । ଏହି ତାଲିକାରେ ଆଧାର କାର୍ଡ, ଏବଂ ଚିକେନ୍ ଖାଇବା ଉପରେ ମଧ୍ୟ ବ୍ୟାନ ହୋଇଥିବା କୁହାଯାଇଛି । ଜୁଲାଇ ୩୧ ତାରିଖରୁ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଜୁକେସନାଲ ଦୋସ୍ତ ନାମକ ଏକ ୟୁଟ୍ୟୁବ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ କରାଯାଇଥିବା ବେଳେ ଏହାକୁ ନେଇ ଖୁବ ଆଲୋଚନା କରାଯାଉଛି । ତେବେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛି ପିଆଇବି ଫ୍ୟାକ୍ଟ ଚେକ୍ । ଭିଡିଓରେ ହୋଇଥିବା ଏ ସମସ୍ତ ଦାବି ଭିତ୍ତିହୀନ ଏବଂ ମିଛ ବୋଲି ସ୍ପଷ୍ଟ କରାଯାଇଛି ।
ଏହିସବୁ ଖବର ହେଉଛି ଭାଇରାଲ:
- ଆଧାର କାର୍ଡ ସମେତ ଦେଶରେ ୭ଟି ଜିନିଷ ଉପରେ ବ୍ୟାନ
- ଜୁଲାଇ ୨୬ ତାରିଖରୁ ସମସ୍ତଙ୍କୁ ୧୫,୦୦୦ ଟଙ୍କା ମାଗଣା ପ୍ରଦାନ କରାଯିବ
- ଦେଶର ୩ଟି କେନ୍ଦ୍ରୀୟ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି
- ବ୍ୟାଙ୍କ ଖାତାରେ ୮୫,୦୦୦ ଟଙ୍କା ଲେଖାଏଁ ଜମା କରାଯାଉଛି ଏବଂ ଲୋକଙ୍କୁ ତୁରନ୍ତ ବ୍ୟାଙ୍କ ଖାତାରୁ ଟଭ୍କା ଉଠାଇ ନେବା ପାଇଁ ପରାମର୍ଶ ଦିଆଯାଇଛି
'𝐄𝐝𝐮𝐜𝐚𝐭𝐢𝐨𝐧𝐚𝐥 𝐃𝐨𝐬𝐭' नामक एक #YouTube चैनल पर भारत सरकार की विभिन्न योजनाओं और फैसलों से संबंधित फ़र्ज़ी खबरें फैलाई जा रही हैं
इस चैनल के 𝟑.𝟒𝟑 मिलियन से ज्यादा सब्स्क्राइबर व 𝟐𝟑 करोड़ से ज्यादा व्यूज हैं#PIBFactCheck
विस्तार से जानने के लिए देखें यह थ्रेड 👇 pic.twitter.com/7cNYV9kgoL— PIB Fact Check (@PIBFactCheck) August 8, 2023
ଜୁଲାଇ ୩୧ ତାରିଖରୁ ୫୦୦ ଟଙ୍କିଆ ନୋଟ୍, ଜିଓ, ଆଧାର କାର୍ଡ ସହିତ ଚିକେନ୍ ଖାଇବା ମଧ୍ୟ ବ୍ୟାନ କରାଯାଇଛି । ତେବେ ଏଭଳି କୌଣସି ମେସେଜ ଦେଖିବା ମାତ୍ରେ ପିଆଇବିକୁ ଇ-ମେଲ୍ କରିବା ଉଚିତ୍ । ଭାରତ ସରକାରଙ୍କ ନୀତି, କାର୍ଯ୍ୟକ୍ରମ ଏବଂ ଉପଲବ୍ଧି ଉପରେ ଖବରକାଗଜ ଏବଂ ଇଲେକ୍ଟ୍ରୋନିକ ମିଡିଆକୁ ସୂଚନା ଦେଉଥିବା ପ୍ରମୁଖ ଏଜେନ୍ସି ହେଉଛି ପିଆଇବି । ତେବେ ଏହି ପିଆଇବି ପକ୍ଷରୁ ଏହି ଦାବିଗୁଡ଼ିକୁ ଗୁଜବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି କୌଣସି ଘୋଷଣା କରାଯାଇ ନାହିଁ କି ପ୍ରତିବନ୍ଧକ ଲଗା ଯାଇ ନାହିଁ ବୋଲି କହିଛି ପିଆଇବି ।