fbpx
BJD
BJD SKY
BJD SKY

ଭୟଙ୍କର ବୋଟ୍ ଟ୍ରାଜେଡି! ସମୁଦ୍ରରେ ଡଙ୍ଗା ବୁଡ଼ି ୫୦୦ ଲୋକଙ୍କ ଜୀବନ ଚାଲିଗଲା

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ଆଉ କାହାର ଜୀବନ ନେଇ ଚାଲିଯିବ ତାହା କେହି କହିପାରିବେ ନାହିଁ । ତେବେ ନିକଟରେ ଏକାଧିକ ବୋଟ ଦୁର୍ଘଟଣା ଘଟି ଶହ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଣି ଘଟିଛି ଆଉ ଏକ ବଡ଼ ଅଘଟଣ । ପୁଣି ବୋଟ୍ ଟ୍ରାଜେଡି କାରଣରୁ ୫୦୦ରୁ ଅଧିକ ଲୋକଙ୍କର ଅକାଳରେ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଭୂମଧ୍ୟ ସାଗରରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଡଙ୍ଗା ବୁଡ଼ି ଘଟଣା ।

ସୂଚନା ମୁତାବକ, ଭୂମଧ୍ୟ ସାଗରେ ଡଙ୍ଗା ବୁଡ଼ି କାରଣରୁ ୫୦୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏହି ଘଟଣା ସମସ୍ତଙ୍କର ଆଖିକୁ ଓଦା କରିଦେଇଛି । ଭୂମଧ୍ୟ ସାଗରରେ ଜଳପଥ ଡେଥ ଜୋନ ପାଲଟିଥିବା ବେଳେ ଏହି ପଥ ଦେଇ ଅନେକ ସମୟରେ ବେଆଇନ ଭାବେ ମାନବ ଚାଲାଣ କରାଯାଇଥାଏ । ଏହି ଘଟଣାରେ ୯ ଜଣ ସନ୍ଦିଗ୍ଧ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ୭୫୦ ଯାତ୍ରୀଙ୍କୁ ନେଇ ଲିବ୍ୟାରୁ ଇଟାଲି ନେଇ ଯିବା ସମୟରେ ଘଟିଥିଲା ଏହି ବୋଟ୍ ଦୁର୍ଘଟଣା ।

ତେବେ ବୋଟ ଖୁବଶୀଘ୍ର ବୁଡ଼ି ଯାଇଥିବାରୁ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କର ବଞ୍ଚିବା ଆଶା କ୍ଷୀଣ ରହିଛି । ଏଥିସହିତ ସମୁଦ୍ରର ଗଭୀରତାକୁ ଲକ୍ଷ୍ୟ କଲେ ସେଠାରେ ଜୀବନ ଆଶା କରିବା ବୃଥା । ଗଭୀର ଜଳରେ କେହି ଜୀବିତ ନଥିବେ ବୋଲି ଗ୍ରୀକ୍ ଉଦ୍ଧାରକାରୀ ଆଶଙ୍କା ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୧୪ ତାରିଖରେ ଡଙ୍ଗାବୁଡ଼ି କାରଣରୁ ନାଇଜେରିଆରେ ୧୦୩ ଜଣଙ୍କର ମୃତ୍ୟୁ ଘଟିବା ସହିତ ୯୭ ଜଣ ନିଖୋଜ ହୋଇଯାଇଥିଲେ । ଗତମାସରେ ମଧ୍ୟ ୧୫ ଜଣ ଶିଶୁ ବୁଡ଼ିଯିବା ସହିତ ଅନ୍ୟ ୨୫ ଜଣ ନିଖୋଜ ହୋଇଯାଇଥିଲେ । ଏଥିସହିତ ଗତବର୍ଷ ପ୍ରାରମ୍ଭରେ ୨୯ ଜଣ ଶିଶୁ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.