fbpx

ମଣିଷର ବ୍ରେନ ସର୍ବଦା ଆକ୍ଟିଭ ରହିବ କିପରି: ସ୍ମରଣଶକ୍ତି, ଏକାଗ୍ରତା ଓ ଫୋକସ୍ କିପରି ଠିକ୍ ରହିବ, କ’ଣ କହୁଛି ରସର୍ଚ୍ଚ

ନୂଆଦିଲ୍ଲୀ: ମଣିଷ ଶାରୀରିକ ଭାବେ ସୁସ୍ଥ ରହିବା ଯେତିକି ଜରୁରୀ ମାନସିକ ଭାବେ ସୁସ୍ଥ ରହିବା ମଧ୍ୟ ସେତିକି ଜରୁରୀ । ତେବେ ଅନେକ ଲୋକ ନିଜର ମାନସିକ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ନଥାନ୍ତି । ଫଳରେ ଏହାର କୁପ୍ରଭାବ ସେମାନେ ଦୈନନ୍ଦିନ ଜୀବନରେ ଦେଖିବାକୁ ପାଇଥାନ୍ତି । ବ୍ରେନକୁ ଆକ୍ଟିଭ ରଖିବାକୁ ହେଲେ ଶାରୀରିକ ବ୍ୟାୟାମ କରିବା ଜରୁରୀ । ଏହାଦ୍ୱାରା ବ୍ରେନରେ ବ୍ଲଡର ଫ୍ଲୋ ଠିକ ଭାବେ ହୋଇଥାଏ । ଆମ ଶରୀରରେ ରକ୍ତ ପ୍ରବାହ ଠିକ୍ ହେବା ଫରେ ଅମ୍ଲଜାନର ଯୋଗାଣ ବ୍ରେନର ପ୍ରତ୍ୟେକ ସେଲସକୁ ଠିକ୍ ଭାବେ ହୋଇପାରିଥାଏ ।

ରିସର୍ଚ୍ଚ ମୁତାବକ, ବ୍ରେନକୁ ଆକ୍ଟିଭ ରଖିବା ପାଇଁ ଅନେକ ତରିକା ରହିଛି । ମଣିଷର ବୟସ ବଢ଼ିବା ସହିତ ତା’ର ପ୍ରଭାବ ବ୍ରେନ ଉପରେ ପଡ଼ିଥାଏ । ଏପରି ସ୍ଥିତିରେ ଅଲଝାଇମର ପରି ବୀମାରୀ ହୋଇପାରେ । ଯଦି ଆପଣମାନେ ବ୍ରେନ ଗେମ ବା ଫିଜିକାଲ ଏକ୍ସରସାଇଜ କରନ୍ତି ତେବେ ଆପଣଙ୍କର ସ୍ମରଣଶକ୍ତି, ଏକାଗ୍ରତା ଓ ଫୋସକ ଠିକ୍ ରହିଥାଏ । ମେମୋରିକୁ ବଢ଼ାଇବାକୁ ହେଲେ ବ୍ରେନ ଏକ୍ସରସାଇଜ ନିହାତି ଜରୁରୀ ।

ଷ୍ଟ୍ରେସ, ଡିପ୍ରେସନ, ଏଞ୍ଜାଇଟି ଓ ଅନ୍ୟ ମାନସିକ ରୋଗ ଆପଣଙ୍କର ଏକାଗ୍ରତା ସ୍ତରକୁ ହ୍ରାସ କରିବା ସହିତ ମେମୋରି ଲସର କାରଣ ସାଜିପାରେ । ତେଣୁ ସର୍ବପ୍ରଥମେ ମାନସିକ ସ୍ୱାସ୍ଥ୍ୟକୁ ସନ୍ତୁଳିତ ରଖିବା ଜରୁରୀ । ମେଣ୍ଟାଲ ଏକ୍ସରସାଇଜ ବ୍ରେନକୁ ହେଲଦି ରଖିଥାଏ ଓ ଏହା ସଠିକ୍ ଭାବେ କାର୍ଯ୍ୟ କରିଥାଏ । ଶରୀରକୁ ଆକ୍ଟିଭ ରଖିବା ଫଳରେ ବ୍ରେନରେ ନ୍ୟୁରୋଟ୍ରାନ୍ସମିଟର ପରି ଡୋପାମାଇନ, ସେରୋଟୋନିନ ଆଦି ରିଲିଜ୍ କରିଥାଏ । ଏହା ଶରୀରରେ ଷ୍ଟ୍ରେସ ପରି ଅନ୍ୟ ରୋଗକୁ କମ୍ କରିବାରେ ସହାୟକ ହୋଇଥାଏ । ଦିନକୁ ୨୦-୩୦ ମିନିଟର ଶାରୀରିକ ବ୍ୟାୟାମ କରିବା ଫଳରେ ବ୍ରେନ ଆକ୍ଟିଭ ରହିବା ସହିତ ରିଆକ୍ସନ ଟାଇମର ମଧ୍ୟ ବିକାଶ ହୋଇଥାଏ । ଏଥିସହିତ ନୂଆ ଭାଷା ଶିଖିବା, ଗୀତ, ସଂଗୀତ ପରି ନୂଆ ଜିନିଷ ଶିଖିବା ମଧ୍ୟ ବ୍ରେନକୁ ଆକ୍ଟିଭ୍ ରଖିଥାଏ ।

Get real time updates directly on you device, subscribe now.