fbpx
BJD
BJD SKY
BJD SKY

ସକାଳୁ ଜଳିଲାଣି ଭୁବନେଶ୍ୱର: ଭୀଷଣ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜଧାନୀରେ ବଢୁଥିବା ତାପମାତ୍ରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ । ଭୋର ୫ଟା ସୁଦ୍ଧା ତାପମାତ୍ରା ୨୯.୮ଡିଗ୍ରୀ ଅତିକ୍ରମ କରି ସାରିଛି । ରାଜଧାନୀର ଆର୍ଦ୍ରତା ୭୨ ପ୍ରତିଶତ ରହିଛି । ତେବେ ସକାଳୁ ସକାଳୁ ତାପମାତ୍ରାକୁ ନଜରରେ ରଖି ଆଜି ଦିନରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ୩ ଦିନ ପର୍ଯ୍ୟନ୍ତ ଉପକୂଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ମଧ୍ୟ ରହିଛି । ୪ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ । ଏ ନେଇ ୧୫ଟି ଜିଲ୍ଲାକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ତାଲିକାରେ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ୱାର୍ଣ୍ଣି ଜାରି ହୋଇଛି । ସେହିପରି ସମ୍ବଲପୁର, ବରଗଡ, ଦେବଗଡ, ବୌଦ୍ଧ, ବଲାଙ୍ଗୀର, ନୟାଗଡକୁ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ । ବୃଦ୍ଧି ପାଉଥିବା ତାପମାତ୍ରାକୁ ଆଖି ଆଗରେ ରଖି ବିଶେଷ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଗତକାଲି ଭୁବନେଶ୍ୱରରେ ତାପମାତ୍ରା ୪୪.୬ଡିଗ୍ରୀରେ ପହଞ୍ଚିଥିଲା ।

Get real time updates directly on you device, subscribe now.