fbpx
BJD SKY
BJD SKY

ରଜ ଦୋଳିରେ ଝୁଲନ୍ତା ମୃତଦେହ: ବ୍ରହ୍ମେଇଙ୍କ ପୀଠରେ ଚାଲିଥିଲା ରଜ ମହୋତ୍ସବ

BJD

ବାଙ୍କି: ଆସନ୍ତା କାଲି ରଜ ପର୍ବ ସରିଯାଇଛି । ଏହାରି ମଧ୍ୟରେ ବାଙ୍କିରେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି । ରଜ ଦୋଳିରେ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ, ବାଙ୍କି ଅନ୍ତର୍ଗତ ସାହାଡାପଦା ଗାଁର ବ୍ରହ୍ମେଇଙ୍କ ପୀଠରେ ରଜ ମହୋତ୍ସବ ଚାଲିଥିଲା । ସେଠାରେ ଲାଗିଥିବା ଦୋଳିରେ ଅନୀଲ ବେହେରା ନାମକ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗାଁ ଲୋକେ ଅନୀଲଙ୍କ ଝୁଲନ୍ତା ଅବସ୍ଥା ଦେଖି ତାଙ୍କ ପରିବାର ଲୋକଙ୍କୁ ଡାକିଥିଲେ । ଏହାପରେ ପୋଲିସକୁ ମଧ୍ୟ ଖବର କରାଯାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରିଛି । ପରିବାର ଲୋକେ ଆନୀଲଙ୍କ ଆତ୍ମହତ୍ୟା କଥା ସ୍ୱୀକାର କରୁନାହାନ୍ତି । ସେମାନଙ୍କ କହିବା କଥା ତାଙ୍କୁ କିଏ ହତ୍ୟା କରି ରଜ ଦୋଳିରେ ଝୁଲାଇଦେଇଛି । ପୋଲିସ ଏନେଇ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.